ଜାଇର ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

0 2

ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଡଃ ନକୁଳ ସାହୁ ଡାଲି କେବଳ ଖାଦ୍ୟ ନୁହଁ ଔଷଧ ଭାବରେ କେମିତି ବ୍ୟବହାର କରିପାରିବେ କହିଥିଲେ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଥିଲା l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ମୁଗ ଜାଇ ଚୂର୍ଣ୍ଣ ଦେହରେ ଲଗାଇଲେ ଅତିସ୍ଵେଦ କମିଯାଏ,ମୁଗ ବା କାନ୍ଦୁଲ ଡ଼ାଲିରେ ଗୁଡ଼ ଘିଅ ମିଶାଇ ପିଇଲେ ବଳ ବୀର୍ଯ୍ୟ ହୁଏ, ବଥ,ସ୍ତନବଥରେ ଉଷ୍ଣ କରି ଲଗାଇଲେ ଭଲ ହୁଏ,ମୁଗ ଜାଇ ବାଟି ଶରୀରରେ ଲଗାଇଲେ ଚର୍ମ, ପାଦ କୋମଳ ହୁଏ, ଶରୀର ଗୋରା ହୁଏ।ହରଡ଼ ଡାଲି ସିଝାପାଣି ପିଇଲେ ଗଞ୍ଜେଇ ନିଶା ଛାଡେ, ଲାଳ ଝାଡାରେ ତେନ୍ତୁଳି ମଣ୍ଡ ସହ ପିଇଲେ ଭଲ ହୁଏ.
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ପାତ୍ର । ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତ। ଫୋନ 9861450612,

Leave A Reply

Your email address will not be published.