ବାହାଡ଼ାଝୋଲା ହାଇସ୍କୁଲ ପୁରାତନ ଛାତ୍ର ସଂସଦର ୬୧ତମ ବାର୍ଷିକ ଉତ୍ସବ

0 2

ଓଡ଼ଗାଁ,୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବାହାଡ଼ାଝୋଲା ହାଇସ୍କୁଲ ପୁରାତନ ଛାତ୍ର ସଂସଦର ୬୧ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ସ୍ଥାୟୀ ସଭାପତି ଡ଼. ସୁଶୀଲ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକବୃନ୍ଦ ଏହି ଅବସରରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର କୁମାର ସେନାପତି ସଭା ପରିଚାଳନା କରିଥିବାବେଳେ ସମ୍ପାଦକ ମନୋଜ କୁମାର ସେନାପତି ବାର୍ଷିକ ବିବରଣୀ ପାଠ କରିଥିଲେ। ପୁରାତନ ଛାତ୍ରୀ ଅମୁଲ୍ୟ ବାଳା ପଟ୍ଟନାୟକ ମହିଳା ଦିବସ ଅବସରରେ ସ୍ୱରଚିତ କବିତା ଗାନ କରିଥିଲେ। ୧୯୬୬ ଓ ୧୯୬୭ ମସିହାର ପୁରାତନ ଛାତ୍ରମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଧାନ ଶିକ୍ଷକ ସୁରେଶ ସାହୁ ବିଦ୍ୟାଳୟର ସୁବିଧା ଓ ସମସ୍ୟା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ସରକାରୀ ପ୍ରୋତ୍ସାହନ ଆଣିବା ପାଇଁ ସବ୍–କମିଟି ଗଠନ ପ୍ରସ୍ତାବ ହୋଇଥିଲା। ଏହାସହ ୨୦୨୫ ଦଶମ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ସୁଶୀଲ କୁମାର ସାହୁ ଓ ଗଣିତରେ ସର୍ବାଧିକ ନମ୍ବର ପାଇଥିବା ରାଜେନ୍ଦ୍ର କୁମାର ସାହୁଙ୍କୁ ଆର୍ଥିକ ପୁରସ୍କାର ଦିଆଯାଇଥିଲା। ଶେଷରେ ଉପସ୍ଥିତ ସଦସ୍ୟ ମାନଙ୍କୁ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.