ଓଡ଼ଗାଁ, ୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡିପଡା କଲ୍ୟାଣମଣ୍ଡପରେ ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ତାଲୁକ ଆଇନ ସେବା ପ୍ରାଧିକରଣ ସଚିବ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ସଂଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଗୋଡିପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ, ସମିତି ସଭ୍ୟା ସସ୍ମିତା ମହାନ୍ତି, ସରକାରୀ ଆଇନଜୀବୀ ମନୋଜ ପଟ୍ଟନାୟକ, ରବିନାରାୟଣ ବରାଡ଼, ବସନ୍ତ ମହାନ୍ତି ଓ ଚିରଞ୍ଜିବି ଦାଶ ଯୋଗ ଦେଇଥିଲେ। ଏହା ସହିତ ଓଡ଼ଗାଁ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଇନ୍ଦୁଭୂଷଣ ମିଶ୍ର, ନାରାୟଣ ନାୟକ ଓ ସୁବାଷ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ସଭାରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢ଼ଶ ମହିଳା ଯୋଗଦେଇଥିଲେ। ବକ୍ତାମାନେ ମହିଳାମାନଙ୍କ ସୁରକ୍ଷା, ସାମାଜିକ ଓ ଆର୍ଥିକ ସଶକ୍ତିକରଣ ସହ ସରକାରୀ ଯୋଜନା ଓ ଆଇନଗତ ସହାୟତା ବିଷୟରେ ଜଣାଇଥିଲେ। ସଭାକୁ ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣର ସଂଯୋଜିକା ଶ୍ରଦ୍ଧାଞ୍ଜଳି ରଥ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.