ଅପରେସନ ସାଇବର କବଚ ଉପରେ ଏସ ପି ଙ୍କ ସାମ୍ବାଦିକ ସମ୍ମିଳନୀ ।

0 2

ଅଧିକ ତଥ୍ୟ ନିମନ୍ତେ ରିମାଣ୍ଡ ରେ ଆଣିଛି ପୋଲିସ ।

ମାଲକାନଗିରି ତା ୦୮/୦୩/୨୬, ସୁରେନ୍ଦ୍ର କୁମାର ବେମାଳ: ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ‘ଅପରେସନ୍ ସାଇବର କବଚ’ ଅଭିଯାନ ମାଧ୍ୟମରେ ମାଲକାନଗିରି ପୋଲିସ ଏକ ବଡ଼ ଧରଣର ଆନ୍ତଃରାଜ୍ୟ ଅନଲାଇନ୍ ସାଇବର କ୍ରାଇମ ଏବଂ ବେଟିଂ ର‌୍ୟାକେଟକୁ ଧରିବାରେ ସଫଳ ହୋଇଛି। ଏହି ମାମଲାରେ ମାଲକାନଗିରି ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁଥିରେ ରାୟପୁରର ଦୁଇଜଣ ମୁଖ୍ୟ କିଙ୍ଗପିନ ଏବଂ କୋରାପୁଟର ଦୁଇଜଣ ସହଯୋଗୀ ସାମିଲ ଅଛନ୍ତି। ସେମାନଙ୍କ ନିକଟରୁ ୪ଟି ମୋବାଇଲ୍ ଫୋନ୍, ୨ଟି ଲାପଟପ୍, ୫ଟି ବ୍ୟାଙ୍କ ପାସବୁକ୍ ଏବଂ ୩ଟି ଚେକ୍ ବୁକ୍ ଜବତ କରାଯାଇଛି।ତଦନ୍ତରୁ ଜଣାପଡିଛି ଯେ, ଏହି ଅଭିଯୁକ୍ତମାନେ କୋଟପାଡ଼ ଅଞ୍ଚଳର କିଛି ମଧ୍ୟସ୍ଥି ଙ୍କ ସାହାଯ୍ୟରେ ଜିଲ୍ଲାର ନିରୀହ ଗ୍ରାମବାସୀଙ୍କୁ ମନରେଗା ଟଙ୍କା ମିଳିବାର ମିଥ୍ୟା ପ୍ରତିଶୃତି ଦେଇ ସେମାନଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ। ପରବର୍ତ୍ତୀ ସମୟରେ ସେହି ପାସବୁକ୍, ଏଟିଏମ୍ ଏବଂ ମୋବାଇଲ୍ ନମ୍ବର ଗୁଡ଼ିକୁ ସଂଗ୍ରହ କରି ରାୟପୁରରେ ଚାଲୁଥିବା ଅନଲାଇନ୍ ବେଟିଂ ନେଟୱାର୍କ କୁ ପଠାଯାଉଥିଲା ଏବଂ ହ୍ୱାଟସଆପ୍ ଗ୍ରୁପ୍ ମାଧ୍ୟମରେ ପ୍ରତିଦିନ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ କାରବାର ହେଉଥିଲା, ଯାହା ବର୍ତ୍ତମାନ ସୁଦ୍ଧା କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ଆକଳନ କରିଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ଏସ ପି ବିନୋଦ ପାଟିଲ ଏଚ. ଙ୍କ ସମେତ ପୋଲିସ ଆର୍ ଆଇ, ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ, ମାଲକାନଗିରି ଥାନା ଏସ ଆଇ ପ୍ରଭାତ ଗୌଡ ଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.