ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ମାଳତୀ ଗ୍ରାମର ଐତିହାସିକ ଦେବୀପୀଠ ମାଆ ରତ୍ନେଇ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି I ସଂଘର ବରିଷ୍ଠ ସଦସ୍ୟା ସୁବାସିନୀ ମହାରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘ ସଭାପତି ପୀତବାସ ବିଶ୍ୱାଳ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ପ୍ରଭାତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ,ବଂଶୀଧର ଗୌଡ଼, ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ, ବରିଷ୍ଠ ଶିକ୍ଷାବିତ୍ ସନ୍ତୋଷ କୁମାର ବିଷୋୟୀ, ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ସାବତ, ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ,ଆଜାଦ୍ ହିନ୍ଦ୍ ଫୌଜ ସଂଘ ସଦସ୍ୟ ରମା ବଲ୍ଲଭ ବେହେରା, ମୋଚୀରାମ ବେହେରା, ବିପ୍ର ଚରଣ ସାହୁ, ସୁରେନ୍ଦ୍ର ବେହେରା, ଗୁରୁଦେବ ପ୍ରଧାନ, ପ୍ରଭାସିନୀ ମହାରଣା, ସନ୍ଧ୍ୟା ମହାରଣା ପ୍ରମୁଖ ଉପସ୍ଥିତ ରହି ମହିଳା ସଶକ୍ତିକରଣ ଉପରେ ଆଲୋଚନା କରାଯାଇଥିଲା I ଏହା ସହିତ ଇତିହାସରର ମୂକ ସାକ୍ଷୀ ମାଳତୀ ଗଡ଼ ଏବଂ ରତ୍ନେଇ ପୀଠର ବିକାଶ ସହିତ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଉପରେ ଆଲୋଚନା କରାଯାଇଥିଲା I ଏହା ସହିତ ସଂଘର ବିଭିନ୍ନ ଦାବି ତଥା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପେନସନ୍ ଏବଂ ପରିଚୟ ପତ୍ର ପ୍ରଦାନ କରିବା, ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉତ୍ତରାଧିକାରୀଙ୍କ ପାଇଁ ପାଞ୍ଚ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା,ରେଳରେ ଯାତାୟତ ପାଇଁ ମାଗଣା ପାସ୍ ବ୍ୟବସ୍ଥା କରିବା ସହିତ ସ୍ୱାଧୀନତା କୁଟୁମ୍ୱ ଯୋଜନାକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ ପାଇଁ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ମହିଳା ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.