ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଲେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ

0 2

 ଚନ୍ଦାହାଣ୍ଡି / ତ୍ରିଲୋଚନ ବେଶ୍ରା:  ଚନ୍ଦାହାଣ୍ଡି  ନିକଟସ୍ତ ଚଚରା ଘାଟିରେ ଛାୟାରାଣୀ ମଣ୍ଡଳ ନାମକ ମହିଳା ମହିଳା ମୁମୂର୍ଷୁ ଅବସ୍ଥାରେ ପଡିଥିବା ମହିଳାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର କିଛି କର୍ମଚାରୀ ମାନବୀୟ ସହାୟତା ଯୋଗାଇ ତାଙ୍କ ତତ୍କାଳ ଚିକିତ୍ସା ସେବା ଯୋଗାଇବା ସହ ଜୀବନ ରକ୍ଷା କରିଛନ୍ତି | ମିଳିଥିବା ସୂଚନା ମୁତାବକ ଚନ୍ଦାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ ବିଭାଗର ସିଏଚ ନାରାୟଣ ବାଗ, ପୁରୁଷୋତ୍ତମ ସୁନା, ଅନ୍ତର୍ଯ୍ୟାମୀ ବାଗ,ବିଡ଼ିଏମ ରୁଦ୍ର କୋଳଥିଆ ଏକ ଜରୁରୀ କାର୍ଯ୍ୟରେ ତାଲିମ ପାଇଁ ସେହି ରାସ୍ତାରେ ନବରଙ୍ଗପୁର ଯାଉଥିବା ବେଳେ ମହିଳା ଜଣେ  ଘାଟିରେ ଅଚେତ ଅବସ୍ଥାରେ ପଡିରହିଥିବା ଦେଖିବାକୁ ପାଇଥିଲେ | ସ୍ୱାସ୍ଥ୍ୟ କର୍ମୀମାନେ କିଛି ନଭାବି ପ୍ରଥମେ ମହିଳାଙ୍କୁ ଉଦ୍ଧାର କରି 108ଆମ୍ବୁଲାଏନ୍ସ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇବା ବ୍ୟବସ୍ଥା କରିଥିବାର ଦେଖିବାକୁ ମିଳିଥିଲା | ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ମହିଳା ଛାୟାରାଣୀ ମଣ୍ଡଳ ଚନ୍ଦାହାଣ୍ଡି ରୁ ରାଇଘର ବାଇକରେ ନିଜ ସମ୍ପର୍କୀୟ ଘରକୁ ଯିବା ବାଟରେ ଏଇ ଅଘଟଣ ଘଟିଥିଲା | ଏହି ଭଳି ମାନବିକତାର କାର୍ଯ୍ୟ କରି ଜଣେ ମହିଳାର ଜୀବନ ବଞ୍ଚାଇଥିବାରୁ ଏହି ସ୍ୱାସ୍ଥ୍ୟକର୍ମୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା ଦେଖିବାକୁ ମିଳୁଛି |

Leave A Reply

Your email address will not be published.