ଓଡ଼ଗାଁ,୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ରଙ୍ଗଣୀପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ସସ୍ମିତା ପାତ୍ରଙ୍କୁ ବିଭିନ୍ନ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଭୂବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ “ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୭ ଜଣ ମହିଳାଙ୍କ ମଧ୍ୟରୁ ସସ୍ମିତା ପାତ୍ର ଅନ୍ୟତମ ଥିଲେ। ମହିଳା ସଶକ୍ତିକରଣ, ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ନିରୋଧ, ନିଶାମୁକ୍ତ ସମାଜ ଗଠନ,ବୃକ୍ଷରୋପଣ, କୈଶୋରୀମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ସହ “ବେଟି ବଚାଓ, ବେଟି ପଢ଼ାଓ” ପରି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ କାମ କରି ସମସ୍ତଙ୍କର ଦୃଷ୍ଟିଆକର୍ଷଣ କରିଥିବାରୁ ସେ ଏହି ସମ୍ମାନ ପାଇଁ ଯୋଗ୍ୟା ହୋଇପାରିଥିଲେ। ଏହି ଅବସରରେ ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ପୂର୍ଣ୍ଣେନ୍ଦୁ ମିଶ୍ର, ପ୍ରତିଷ୍ଠିତ କବୟତ୍ରୀ ଓ ଲେଖିକା ସୁଜାତା ପ୍ରହରାଜ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ଡେପୁଟି ଡାଇରେକ୍ଟର ଦୀପ୍ତିମୟୀ ମହାପାତ୍ର ମାନପତ୍ର ଓ ଉପହାର ପ୍ରଦାନ କରି ସସ୍ମିତା ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.