ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ଶେରଗଡ଼ ପଞ୍ଚାୟତ ଅଧୀନରେ ଥିବା ବୁଡେଲପଦର ଗାଁରେ ଆଜିପର୍ଯ୍ୟନ୍ତ ମୌଳିକ ସୁବିଧା ଅଭାବରେ ଆଦିବାସୀ ଲୋକେ କାଳାତିପାତ କରୁଥିବା ଦେଖାଯାଉଛି। ଦୁଃଖର କଥା ହେଲା, ସ୍ୱାଧୀନତାର ୭୯ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗାଁକୁ ଯିବା ପାଇଁ ଏକ ଭଲ ରାସ୍ତା ମଧ୍ୟ ନାହିଁ। ବର୍ଷା ଦିନରେ ଗ୍ରାମବାସୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ଜୀବନ ଯାପନ କରୁଛନ୍ତି।
ବିଜୁଳି ସମସ୍ୟା ମଧ୍ୟ ଏଠାରେ ଗୁରୁତର ରହିଛି। ଅନେକ ପରିବାର ଏବେ ମଧ୍ୟ ଅନ୍ଧକାରରେ ଜୀବନ ବିତାଉଥିବାବେଳେ ଶିଶୁମାନଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଛି। ଆଶ୍ଚର୍ଯ୍ୟର କଥା ହେଲା, ଏହି ଗାଁ ନର୍ଲା ବ୍ଲକ ମୁଖ୍ୟାଳୟରୁ ମାତ୍ର ପ୍ରାୟ ୨ କିଲୋମିଟର ଦୂରରେ ଅବସ୍ଥିତ ଥିବା ସତ୍ତ୍ୱେ ମଧ୍ୟ ଉନ୍ନୟନର ଆଲୋକ ଏଠାକୁ ପହଞ୍ଚିପାରିନାହିଁ।
ଗ୍ରାମବାସୀମାନେ କହିଛନ୍ତି ଯେ, ଏହି ସମସ୍ୟା ବାବଦରେ ସରପଞ୍ଚଙ୍କୁ ଆରମ୍ଭ କରି ବିଡ଼ିଓ, ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପଦକ୍ଷେପ ନ ନିଆଯାଇଥିବାରୁ ଗାଁଟି ଅବହେଳିତ ଅବସ୍ଥାରେ ରହିଛି।
ସରକାର ଓ ପ୍ରଶାସନ ଶୀଘ୍ର ଏହି ଗାଁରେ ରାସ୍ତା ଓ ବିଜୁଳି ଭଳି ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ଗ୍ରାମବାସୀମାନେ ଜୋରଦାର ଦାବୀ କରିଛନ୍ତି। ନହେଲେ ଆସନ୍ତା ଦିନରେ ଆନ୍ଦୋଳନର ପଥ ଅନୁସରଣ କରିବାକୁ ବାଧ୍ୟ ହେବେ ବୋଲି ସେମାନେ ସଚେତନ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.