ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ଆମ ପୋଲିସ ସମିତିର ବୈଠକ 

0

 ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) ପୋଲିସକୁ ଲୋକଙ୍କ ଅଧିକ ନିକଟତର ତଥା ଆସ୍ଥାଭଜନ କରାଇବା ଉଦ୍ଦେଶ୍ୟ ନେଇ ତଥା ବରିଷ୍ଠ ନାଗରିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ନିରାକରଣ ପୂର୍ବକ ସହରରେ ଶାନ୍ତି ଶୃଙ୍ଖଳା ତଥା ସହାବସ୍ଥାନ ବଜାୟ ରଖିବା ସକାଶେ ଗଠିତ ଆମ ପୋଲିସ ସମିତିର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଆଗରୁ ଟାଉନ ଥାନା ପରିସରର ଆମ ପୋଲିସ ସମିତିର ବୈଠକ ହେଉଥିବା ବେଳେ ଏଥର ଜିଲ୍ଲାର ବରିଷ୍ଠ ନାଗରିକ ମଞ୍ଚଙ୍କ କାର୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି |  ଥାନାରେ ବୈଠକ ପରିବର୍ତ୍ତେ ବରିଷ୍ଠ ନାଗରିକ ପ୍ରକାଶ  କରିଥିଲେ | ଏଜି  ବୈଠକରେ ବରିଷ୍ଠ ନାଗରିକ ମାନେ ସହରରେ ଦେଖା ଦେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ତାହାର କେମିତି ନିରାକରଣ କରାଯାଇପାରିବ ତାହାରି ଉପରେ ମତାମତ ନିଆଯାଇଥିଲା |

ବରିଷ୍ଠ ନାଗରିକ ମାନେ ସମାଜର ଅବିଛେଦ୍ୟ ଅଙ୍ଗ ଆଉ ସେମାନଙ୍କ ନିରାପତ୍ତା ପୋଲିସର ପ୍ରମୁଖ କର୍ତ୍ତବ୍ୟ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିବା ସହ ସହରରେ ଶାନ୍ତି , ଭାଇଚାରା ରଖିବା ସହ ଅପରାଧପ୍ରବଣତା କମାଇବା ପାଇଁ ଶ୍ରୀ ପ୍ରଧାନ ବରିଷ୍ଠ ନାଗରିକଙ୍କ ସହଯୋଗ ଲୋଡ଼ିଥିଲେ | ସୂଚନାଯୋଗ୍ୟ ଯେ ଏହି ମିଟିଙ୍ଗ ସବୁ ମାସ ଶେଷ ସପ୍ତାହରେ ହୁଏ ଓ ସହର ଓ ସହରବାସୀଙ୍କ ଭଲ ଓ ନିରାପତ୍ତା ତଥା ଆବଶ୍ୟକତା ଉପରେ ବରିଷ୍ଠ ନାଗରିକ ମଞ୍ଚ ଦୃଷ୍ଟି ଆକର୍ଷଣ କରାଇଥାନ୍ତି |  ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ଟାଉନ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବରିଷ୍ଟ ନାଗରିକ ମଞ୍ଚ ଉପସ୍ଥିତ ଥିଲେ | 

Leave A Reply

Your email address will not be published.