୧୮କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ, ୩ଟି କଲ୍ୟାଣୀ ମଣ୍ଡପ ଉଦଘାଟନ କଲେ ବିଧାୟକ  

0

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର)  : ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ଓଡଗାଁ ବ୍ଲକରେ ୧୮କୋଟି ଟଙ୍କା ବ୍ୟୟରେ ୨ଟି ପୂର୍ତ୍ତ ରାସ୍ତାର ଶିଳାନ୍ୟାସ କରିବା ସହିତ ୩ଟି କଲ୍ୟଣୀ ମଣ୍ଡପର ଶୁଭ ଉଦଘାଟନ କରିଥିଲେ । ସ୍ଥାନୀୟ ରଙ୍ଗଣୀପାଟଣା ଠାରୁ କୁରାଳ ଦେଇ ସୁନାମୁହିଁ ପର୍ଯ୍ୟନ୍ତ ୧୩କି.ମି ୪ଶହ ମିଟର ପୂର୍ତ୍ତ  ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ପାଇଁ ୧୩କୋଟି ୪୪ଲକ୍ଷ ୯୬ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ଗୋଡିପଲ୍ଲୀ ଠାରୁ କୁରାଳ ପର୍ଯ୍ୟନ୍ତ ୫କି.ମି. ୧୦୦ ମିଟର ରାସ୍ତା ପାଇଁ  ୪କୋଟି ୩୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ବିଧାୟକ ଡ଼ ଅରୁଣ କୁମାର ସାହୁ ଏହି ୨କାର୍ଯ୍ୟର ଶିଳାନ୍ୟାସ କରିଥିବା ବେଳେ ତାଙ୍କ ସହିତ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ଷଡଙ୍ଗୀ,ଏସ୍ଡିଓ ପ୍ରଦୀପ୍ତ କୁମାର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରା ଉପସ୍ଥିତ ଥିଲେ । ୧୮ମାସର ଅବଧି ମଧ୍ୟରେ ଏହି ରାସ୍ତା କାର୍ଯ୍ୟ ସାରିବା ପାଇଁ ବିଧାୟକ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପରେ ଗିରିଡିପଲ୍ଲୀ, ସୁନାମୁହିଁ ଓ ନନ୍ଦିଘୋର ପଂଚାୟତ ଠାରେ ନିର୍ମାଣ ହୋଇଥିବା କଲ୍ୟାଣୀ ମଣ୍ଡପକୁ  ମଧ୍ୟ ବିଧାୟକ ଉଦଘାଟନ କରିଥିଲେ । 

Leave A Reply

Your email address will not be published.