ବାଲେଶ୍ଵର: କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କର ନିର୍ଦ୍ଧେଶ କ୍ରମେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ର ସ୍ଥାନୀୟ ଆଈ ଟି ଆଇ ଛକରେ ଥିବା ଇନଡୋର୍ ଷ୍ଟାଡିୟମ ଠାରେ ପାଳନ କରାଯାଉ ଅଛି। ଏହି ଅନ୍ତର୍ଜାତୀୟ ମହିଳା ଦିବସ ଉତ୍ସବ ତା. ୦୬.୦୩.୨୦୨୬ ରିଖ ଠାରୁ ଆରମ୍ଭ ହୋଇ ତା. ୦୮.୦୩.୨୦୨୬ ରେ ସମାପନ ହେବ । ଯାହାର ପ୍ରସଙ୍ଗ ‘ଶକ୍ତି ସ୍ୱରିପିଣୀ’, ‘ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର’ ଏବଂ ‘ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି’ ରହିଅଛି। ଆଜି ଦ୍ଵିତୀୟ ଦିନର କାର୍ଯ୍ୟକ୍ରମର ପ୍ରସଙ୍ଗ ‘ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର’ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଜିଲ୍ଲା ପରିଷଦ ଡ. ମଧୁସ୍ମିତା ସାମନ୍ତରାୟ, ଉପ ଜିଲ୍ଲାପାଳ ନୀଳଗିରି ଶ୍ରୀମତୀ ସୁଭଶ୍ରୀ ରଥ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବେହେରା, ଶାରୀରିକ ଶିକ୍ଷା ନିରୀକ୍ଷକ, ବାଲେଶ୍ଵର ଶ୍ରୀ ଚନ୍ଦ୍ରକାନ୍ତ ଘଡେଇ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ସହ ସଶକ୍ତ ରାଷ୍ଟ୍ର ନିର୍ମାଣ କରିବାରେ ନାରୀ ଶକ୍ତିର ଭୂମିକା ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବ ରେ ବିଭିନ୍ନ ବର୍ଗର ୩୫୦ ରୁ ଉର୍ଦ୍ଧ ମହିଳା ଭାଗ ନେଇଥିଲେ । ଏହି ପରିପ୍ରେକ୍ଷିରେ ଏକ ଆତ୍ମରକ୍ଷା ପ୍ରଦର୍ଶନ ଓ ପ୍ରଶିକ୍ଷଣ, ସ୍ୱାସ୍ଥ ନିରାପତ୍ତା ଓ ନେତୃତ୍ଵ ଉପରେ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହା ସହ କ୍ରୀଡ଼ା କ୍ଷେତ୍ରରେ ଜାତୀୟ ସ୍ଥରରେ କୀର୍ତି ଅର୍ଜନ କରିଥବା ଦୃଷ୍ଟି ବାଧିତ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ଜେନା ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ଆସନ୍ତା କାଲି ହେବାକୁ ଥିବା ‘ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିବେଦନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.