ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

0 2

 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର -୬/୩/୨୦୨୬ -ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ “ମହିଳା ସ୍ୱାସ୍ଥ୍ୟ: ସର୍ଭାଇକାଲ୍ କ୍ୟାନ୍ସର ପ୍ରତିରୋଧ ଏବଂ ଏଚ୍‌ପିଭି ଟିକାକରଣର ଭୂମିକା” ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଳମ୍‌ର କିମ୍ସ ହସ୍ପିଟାଲ୍‌ର ବିଶିଷ୍ଟ ଚିକିତ୍ସକ ଡା. ଡି. ହର୍ଷଭଲ୍ଲୀ ଏବଂ ଡା. ୱାଇ. ଭି. ଏଲ୍. ଭବାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସର୍ଭାଇକାଲ୍ କ୍ୟାନ୍ସର ସମ୍ପର୍କିତ ସଚେତନତା, ଏଚ୍‌ପିଭି ଟିକାକରଣର ଗୁରୁତ୍ୱ, ମାସିକ ସ୍ୱାସ୍ଥ୍ୟ, ପୋଷଣ, ମାନସିକ ସ୍ୱାସ୍ଥ୍ୟ ଓ ମହିଳାମାନଙ୍କ ସାମଗ୍ରିକ ସୁସ୍ଥତା ବିଷୟରେ ତଥ୍ୟବହୁଳ ଓ ଗଭୀର ଆଲୋଚନା କରିଥିଲେ।ସମ୍ମାନୀୟ ଅତିଥି ଭାବେ କେ. ଏଲ୍. ବିଶ୍ୱବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ଓ ନିର୍ଦ୍ଦେଶକ ପ୍ରଫେସର ଡ.ଜି. ଏଲ୍. ଦତ୍ତ , ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଉପସଭାପତି ଡ ଚନ୍ଦ୍ରଧ୍ୱଜ ପଣ୍ଡା , ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଡ ଏ ଏନ୍ ଭି ଜେ ରାଓ ଯୋଗ ଦେଇଥିଲେ।ଆଭ୍ୟନ୍ତରୀଣ ଅଭିଯୋଗ କମିଟି ର ସଂଯୋଜକା ଡ.ରାଜେଶ୍ୱରୀ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଭ୍ୟନ୍ତରୀଣ ଅଭିଯୋଗ ସମିତିର ସହ-ସଂଯୋଜକା ନିତ୍ୟା ବି. ଧନ୍ୟବାଦ ଅର୍ପଣ କରିଥିଲେ। କୃଷି ମହାବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ରୀ ସୁଶ୍ରୀ ସଂସ୍କୃତି ଲେଙ୍କା ମଞ୍ଚ ପରିଚାଳନା କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ ନର୍ସିଂ ଅଧ୍ୟକ୍ଷା ଟି ଜୟଶ୍ରୀ, ବେସିକ୍ ସାଇନ୍ସ ର ମୁଖ୍ୟ ପ୍ରତିଭା କର ସମେତ
ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.