କେନ୍ଦୁଝର,ତା୧/୩- କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତା୦୧.୦୩.୨୦୨୬ ରିଖ ଦିନ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାଏକଙ୍କ କରକମଳରେ ଏଚ.ପି.ଭି. ଟୀକାକରଣର ଶୁଭାରମ୍ଭ ହୋଇଯାଇଛି । ପାଟଣା ବିଧାୟକ ଶ୍ରୀ ନାଏକ ନିଜ ବକ୍ତବ୍ୟରେ କହିଥିଲେ ଯେ ହ୍ୟୁମାନ ପାପିଲୋମା ଭାଇରସ (ଏଚ.ପି.ଭି.) ଟୀକାକରଣ ମହିଳାମାନଙ୍କର ଜରାୟୁ ଗ୍ରୀବା କର୍କଟ ରୋଗର ପ୍ରତିରୋଧ ପାଇଁ ସୁରକ୍ଷା ପ୍ରଦାନ କରିଥାଏ । ଏହି ଟୀକା କେବଳ ୧୪-୧୫ ବର୍ଷ ବୟସର ସୁସ୍ଥ କିଶୋରୀମାନଙ୍କୁ ଦିଆଯିବ । ଏହି ଅଭିଯାନ ତା ୦୧.୦୩.୨୦୨୬ ରୁ ତା ୩୧.୦୫.୨୦୨୬ ରିଖ ପର୍ଯ୍ୟନ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ଉପଖଣ୍ଡ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରମାନଙ୍କରେ ପ୍ରଦାନ କରାଯିବ । ଏହି ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିନୋଦ ବିହାରୀ ମିଶ୍ର ଏଚ.ପି.ଭି. ଟୀକାକରଣ ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟମାନଙ୍କରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏଚଓ ଡା ପୁରୁଷୋତ୍ତମ ମହାନ୍ତ, ଏଡିପିଏଚଓ(ପରିବାର କଲ୍ୟାଣ) ଡା ଲକ୍ଷ୍ମୀଧର ମହାନ୍ତ, ଡା ଅଶୋକ କୁମାର ନାଏକ, ରୋଟାରୀ କ୍ଲବର ସଭାପତି ଶ୍ରୀ ହରିହର ମହାନ୍ତ, ସମ୍ପାଦକ ବିଜୟ କୁମାର ବେହେରା, ସଦସ୍ୟ ବିଜୟ ଏନ କାପୁର, ଡିପିଏଚସିଓ ଭରତ କୁମାର ସାହୁ, ଡିଭିଏଲଏମ ଗୋବିନ୍ଦ ଚନ୍ଦ୍ର ମିଶ୍ର, ଆଇସିଏ ଚିତ୍ତରଞ୍ଜନ ଜେନା, ଏଏମ ସିପି ପ୍ରସନ୍ନ କୁମାର ଦେବତ୍ତା, ଏସ ଏ ବୃନ୍ଦାବନ ସାହୁ, ଏଚ.ଏମ ରଞ୍ଜନା ବେଉରା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଡି.ପି.ଏମ ଶ୍ରୀ ନିତ୍ୟରଞ୍ଜନ ବରାଳ କାର୍ଯ୍ୟକ୍ରମର ପରିଚାଳନା କରିବା ସହିତ ସଭା କାର୍ଯ୍ୟ ସଂଚାଳନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post