ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟ ବରପୁରଠାରେ ମାଁ ଉତ୍ତରାୟଣୀଙ୍କ ତ୍ରୈବାର୍ଷିକ ଠାକୁରାଣୀ ଯାତ୍ରା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଯାତ୍ରା କମିଟି ସଦସ୍ୟ ଅଭୟ କୁମାର ରଥ ସଭା ପରିଚାଳନା କରିଥିବା ବେଳେ କ୍ଷତ୍ରିୟ ବରପୁର ସରପଞ୍ଚ କମଳା କୁମାରୀ ପ୍ରଧାନ,ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଯାତ୍ରା କମିଟି ପରିଚାଳନା ସଭାପତି ଅକ୍ଷୟ କୁମାର ଶତପଥୀ, ସମ୍ପାଦକ ବସନ୍ତ କୁମାର ପରିଡ଼ା, କ୍ଷତ୍ରିୟ ବରପୁର ଗ୍ରାମ୍ୟ ପରିଚାଳନା କମିଟି ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ରବିବାର ଦିନ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ବାର ବର୍ଷ ହେଲା ଏହି ଯାତ୍ରା ଚାଲି ଆସୁଥିବା ବେଳେ ଏହା ଚତୁର୍ଥ ଯାତ୍ରା ହେବ ।ଏହା ଆସନ୍ତା ମାର୍ଚ୍ଚ ୨୪ ତାରିଖରୁ ମାଁ ଉତ୍ତରାୟଣୀଙ୍କୁ ବାଘୁଆ ପାହାଡ ମାଁ ଙ୍କ ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ମଣ୍ଡପରେ ବିରାଜମାନ କରିବେ । ଏହି ଯାତ୍ରା ମାର୍ଚ୍ଚ ୨୪ ତାରିଖରୁ ଏପ୍ରିଲ ୩ ରେ ମାଁ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରତ୍ୟେକ ଦିନ ମାଁ ନଗର ପରିକ୍ରମା କରାଯିବା କାର୍ଯ୍ୟକ୍ରମ ରହିଛି ।
Sign in
Sign in
Recover your password.
A password will be e-mailed to you.