ମାଲକାନଗିରି ପ୍ରଧାନୀଗୁଡ଼ା ଠାରେ ହେବ ନୂତନ ଆଦର୍ଶ ଷ୍ଟାଡିୟମ।

0 2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳତାରିଖ-୨୮/୨/୨୬: ମାଲକାନଗିରି ଜିଲ୍ଲା ସଦରମହକୁମା ନିକଟସ୍ଥ ପ୍ରଧାନୀଗୁଡ଼ା ଠାରେ ନୂତନ ଷ୍ଟାଡିୟମ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ଦିର୍ଘ ଦିନ ଧରି ଏକ ସ୍ୱତନ୍ତ୍ର ଷ୍ଟାଡିୟମ ପାଇଁ ଜିଲ୍ଲା ବାସୀ ଦାବି କରି ଆସୁଥିଲେ। ଯାହାକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଏକପ୍ରକାର ବାଟ ଫିଟିଛି, ଷ୍ଟାଡିୟମ ନିର୍ମାଣ ନେଇ ଆଜି ଏକ ପ୍ରକାର ସ୍ପଷ୍ଟ ହୋଇଛି। ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଆଜି ନିଜେ ପ୍ରଧାନୀଗୁଡ଼ା ଗସ୍ତ କରି ସ୍ଥିତି ର ସମୀକ୍ଷା କରିଛନ୍ତି। ତାଙ୍କ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହି ନିର୍ଦିଷ୍ଟ ଜମି ଅଧିଗ୍ରହଣ ଉପରେ ବିସ୍ତାରିତ ବିବରଣୀ ଦେଇଛନ୍ତି। ପୂର୍ବ ସରକାର ସମୟରେ ଏହି ସ୍ଥାନକୁ କ୍ରିକେଟ ଷ୍ଟାଡିୟମ ପାଇଁ ବଛାଯାଇଥିଲା ‌। ଯେଉଁଥିପାଇଁ ଇନ୍ଫ୍ରାଷ୍ଟ୍ରକଚର ପାଇଁ ଲକ୍ଷାଧିକ ଟଙ୍କାର ବ୍ୟୟ ବରାଦ ମଧ୍ୟ ହୋଈ ସାରିଛି । ଜିଲ୍ଲାର ଶହ ଶହ କ୍ରିଡ଼ା ବିତ୍ତ ଚାହିଁ ବସିଛନ୍ତି କେବେ ଏକ ଖେଳ ପଡ଼ିଆ ନିର୍ମାଣ କରାଯିବ। ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ଅନେକ ପ୍ରତିଭା ଖେଳାଳି ରହିଥିଲେ ମଧ୍ୟ ଜିଲ୍ଲାରେ ଖେଳ ଭିତ୍ତିଭୂମି ଦୁର୍ବଳ ରହିଥିବା କାରଣରୁ ସେମାନେ ତାଙ୍କର ପ୍ରତିଭାକୁ ନେଇ ଆଗେଇ ପାରୁନାହିଁ। ଯଦିଓ ମନରେ ଇଚ୍ଛା ରହିଛି। ବର୍ତ୍ତମାନ ମଧ୍ୟ ମାଲକାନଗିରିରୁ କ୍ରିକେଟ ଖେଳାଳି ଭୁବନେଶ୍ୱର କଟକ ଭଳି ଯାଗାରେ ଯାଇଁ ନିଜର ପ୍ରତିଭା ଦେଖାଇଛନ୍ତି। କିନ୍ତୁ ଆଶା ରହିଛି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କେବେ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା ପାଇଁ ନାଁ ରଖିବେ। ତେବେ ବିଧାୟକଙ୍କ ଆଜିର ଫିଲ୍ଡ ଭିଜିଟ୍ ପରେ ଏକ ଆଶା ସଞ୍ଚାର ହୋଇଛି। ଯେ ଏକ ନୂତନ ଆଦର୍ଶ ଖେଳ ପଡ଼ିଆ ନିର୍ମାଣ ହେବାକୁ ଯାଉଛି। ଯେଉଁଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହି ଗସ୍ତ ସମୟରେ ବିଧାୟକଙ୍କ ସହିତ ବିଧାୟକଙ୍କ ପ୍ରତିନିଧି, ଏବଂ ବିଜେପିର ପ୍ରତିନିଧିତ୍ୱ ଦଳ ଉପସ୍ଥିତ ରହିଥିଲେ

Leave A Reply

Your email address will not be published.