ଓଡ଼ଗାଁ,୨୦।୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡିଶା ଅବସର ପ୍ରାପ୍ତ କର୍ମଚାରୀ ସଂଘର ୫୧ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର ସ୍ଥିତ ସଂଘ କାର୍ଯ୍ୟାଳୟରେ ଗମ୍ଭୀର ଓ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ବରିଷ୍ଠ ଆରକ୍ଷୀ ଅଧିକାରୀ ସୂର୍ଯ୍ୟମଣି ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରତିନିଧିମାନେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ଡିଜି ଏବଂ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ପୂର୍ବତନ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଶା ବିଧାନ ସଭାର ପୂର୍ବତନ ସଚିବ ଦାଶରଥି ଶତପଥୀ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧରେ ତାଙ୍କର ମତାମତ ରଖିଥିଲେ। ଏଥିପାଇଁ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପଣ୍ଡା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ନୀଳମୋହନ ତ୍ରିପାଠୀ ମଧ୍ୟ ସଭାକୁ ସମ୍ବୋଧିତ କରିଥିଲେ। ସଭାରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସମସ୍ୟା, ସୁବିଧା ଓ ସମାଜ ପ୍ରତି ତାଙ୍କର ଦାୟିତ୍ୱ ନେଇ ସୁବିସ୍ତୃତ ଆଲୋଚନା ହୋଇଥିଲା। ଅବସର ପରବର୍ତ୍ତୀ ସମୟକୁ ସମାଜ କଳ୍ୟାଣମୂଳକ କାର୍ଯ୍ୟରେ ବ୍ୟୟ କରିବା ପାଇଁ ସଭାରେ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ନୂତନ ପ୍ରେରଣା ସୃଷ୍ଟି ହୋଇଥିଲା। ଏହି ଅବସରରେ ସମାଜ ସେବାରେ ନିରନ୍ତର ନିୟୋଜିତ ଓଡ଼ିଶାର ସାତଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ନୟାଗଡ଼ ଜିଲ୍ଲାରୁ ଦୁଇଜଣ—କୁରାଳ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ପରିବେଶ ସାମାଜିକ କର୍ମୀ ସୁକାନ୍ତ ଚୌଧୁରୀ ଏବଂ ଅବସରପ୍ରାପ୍ତ କୃଷି ବୈଜ୍ଞାନିକ ତଥା ସ୍ତମ୍ଭକାର ବିଦ୍ୟାଧର ମହାରଣା—ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କର ଏହି ସମ୍ମାନ ଫଳରେ ଓଡ଼ଗାଁ ବ୍ଲକ୍ ସହିତ ସମଗ୍ର ନୟାଗଡ଼ ଜିଲ୍ଲାର ଗୌରବ ବଢ଼ିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.
Next Post