ଓଡ଼ଗାଁ, ୨୦।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ତଥା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଶ୍ରୀ ରଘୁନାଥ ଜିଉ ମନ୍ଦିରର ପଶ୍ଚିମ ଦ୍ଵାର ଅଧିକାରୀ ସାହିର ବାସିନ୍ଦା ଦେବରାଜ ଡାକୁଆ ଚିକିତ୍ସା ନିମନ୍ତେ କଟକ ଯାଇଥିବା ବେଳେ
କେଉଁଆଡ଼େ ନିଖୋଜ ହୋଇଯାଇଥିବା ନେଇ ଝିଅ ଲିଜା ଡାକୁଆ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ଘଟଣା କ୍ରମରେ ଦେବରାଜ ଡାକୁଆ(୫୩) ଅସତର୍କ ହୋଇ ଓଡ଼ଗାଁ ଗଣେଶ ବଜାର ନିକଟରେ ପଡ଼ିଯାଇଥିଲେ । ଫଳରେ ତାଙ୍କ ଡାହାଣ ପାଖ ମୁଣ୍ଡ ଏବଂ ଆଖିରେ ଗଭିର ଆଘାତ ଲାଗିଥିଲା । ପରିବାର ଲୋକେ ଖବର ପାଇ ତାଙ୍କୁ ପ୍ରଥମେ ଓଡ଼ଗାଁ ଓ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ପରେ ଅଧିକ ଚିକିତ୍ସାର ଆବଶ୍ୟକତା ପଡ଼ିବାରୁ ତାଙ୍କୁ କଟକ ବଡମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଆଣି ସକାଳେ ଘରକୁ ଫେରିବାକୁ ରୋଗୀ ସମ୍ପର୍କୀୟ ଆଶ୍ରୟସ୍ଥଳୀରେ ରାତ୍ରି ଯାପନ କରିଥିଲେ । ତାଙ୍କର ଚିକିତ୍ସା ପାଇଁ ୩ ଦିନଧରି ସମସ୍ତେ ଅନିଦ୍ରା ରହିଥିବାରୁ ଆଖି ଲାଗିଯିବା ପରେ ଫେବୃଆରୀ ୧୩ ରାତିଖ ବିଳମ୍ବିତ ରାତ୍ରିରେ ଦେବରାଜ ସେଠାରୁ ଉଠି କେଉଁଆଡ଼େ ପଳାଇ ଯାଇଥିଲେ। ରାତି ପ୍ରାୟ ୧.୩୦ ମିନିଟ୍ ବେଳକୁ ଦେବରାଜ ସେଠାରେ ନଥିବା ଦେଖି ତାଙ୍କ ଝିଅ, ଜ୍ବାଇଁ ଓ ଶାଶୁ ବହୁ ଖୋଜାଖୋଜି କରି ନପାଇବାରୁ କଟକ ମଙ୍ଗଳାବାଗ ଥାନାରେ ଏନେଇ ଝିଅ ଅଭିଯୋଗ କରିଥିଲା । ତେବେ ଆଜକୁ ୮ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳିପାରିନଥିବା ପରିବାର ଲୋକେ ଜଣାଇଛନ୍ତି । ସୂଚନା ଥାଉକି ସେ ପୂର୍ବରୁ ଦୀର୍ଘଦିନ ଧରି ଓଡ଼ଗାଁ କୋପରେଟିଭ୍ ବ୍ୟାଙ୍କରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।
Sign in
Sign in
Recover your password.
A password will be e-mailed to you.