ଘୋଷିତ ହେବ କିଛି ଜନକଲ୍ୟାଣକାରୀ ଯୋଜନା
ଭୁବନେଶ୍ୱର: ବିଜୁ ଜନତାଦଳର ପ୍ରତିଷ୍ଠା ଦିବସ ପୁରୀଠାରେ ପାଳନ ହେବାକୁଥିବା ବେଳେ ଏଥିପାଇଁ ପୁରୀ ଚଳଚଞ୍ଚଳ ହୋଇ ଉଠିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ପଞ୍ଚାୟତସ୍ତରୀୟ ପ୍ରତିନଧ#ମାନେ ଏ ପ୍ରତିଷ୍ଠା ଦିବସ ପାଇଁ ଉଦ୍ଦିଷ୍ଟ ସମାବେଶରେ ଯୋଗ ଦେବାକୁ ଥ#ବା ବେଳେ ସେଠାରେ ଏବେ ଭିଡ ଜମିବା ଆରମ୍ଭ ହେଲାଣି । ଏଠାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କାଲି ଦଳୀୟ କର୍ମୀ ଓ ନେତାମାନଙ୍କୁ ସମ୍ବୋଧ#ତ କରିବେ । ସବୁଠାରୁ ବଡକଥା ହେଲା ମଙ୍ଗଳବାର ଦିନ ପୁରୀ ସର୍କିଟ ହାଉସ ଠାରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଦଳର କ୍ୟାବିନେଟ ବୈଠକ ରାଜ୍ୟ ସଚିବାଳୟ ବାହାରେ ଅନୁଷ୍ଠିତ ହେବାକୁ ଯାଉଛି । ସେଥିରେ ମୁଖ୍ୟମନ୍ତ୍ରୀଭାବେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ କରାଇବା ପରେ ବିଜେଡି ସଭାପତି ଭାବେ ତାହା ସମାବେଶରେ ଘୋଷଣା କରିବେ ।
କ୍ୟାବିନେଟ ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥ#ବା ବେଳେ କେତେକ ଗୁରୁତ୍ୱପୂ୍ର୍ଣ୍ଣ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ନେଇ ଥିବା ପ୍ରସ୍ତାବକୁ ବୈଠକରେ ମଞ୍ଜୁର ଦିଆଯିବା ସମ୍ଭାବନା ରହିଛି ।
ଦଳର ୨୦ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ହୋଇତ#ବା ରାଜ୍ୟସ୍ତରୀୟ ପ୍ରତିନିଧି ସମାବେଶରେ ମୁଖ୍ୟମନ୍ତ୍ରୀ ୧୨.୩୦ମିନିଟରେ ଅଭିଭାଷଣ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି ।
ଏହାର ଅବ୍ୟବହିତ ପୂର୍ବରୁ କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ଦିଆଯିବ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମାବେଶରେ ଏହି ଜନକଲ୍ୟାଣ କାର୍ଯ୍ୟକ୍ରମର ଘୋଷଣା କରିବା ସମ୍ଭାବନା ରହିଛି ।