କେନ୍ଦୁଝର: ଗୁରୁତ୍ୱପୂର୍ଣ୍ଣ ଘଷିପୁରା ଅଞ୍ଚଳରେ ସ୍ଥାନୀୟ ବିଜେପି ଲକ୍ଷଭ୍ରଷ୍ଟ ?

0

ଆତ୍ମଘୋଷିତ ତଥା ଜନ-ପ୍ରତ୍ୟାଖ୍ୟାତ, ତଥାକଥିତ ପୁରୁଣା ନେତାଙ୍କ ଜମିଲାଣି ଭିଡ

ଲୋକମୁଖରେ ଚର୍ଚା , ବଦ୍ରୀଙ୍କ ଦ୍ୱାରା ପ୍ରାୟୋଜିତ ଏ ପ୍ରତ୍ୟାଖ୍ୟାତ ନେତା
 କଂଗ୍ରେସର ଅନୁପସ୍ଥିତିରେ ବିଜେଡି ଦେଖୁଛି ‘ପୁନଃ ଦଖଲ’ର ସ୍ୱପ୍ନ !

କେନ୍ଦୁଝର : ବିଗତ ଦିନରେ ଓଡିଶାର ବରିଷ୍ଠ ନେତା, ଭୂତପୂର୍ବ ‘ସୁପର୍ ଚିଫ୍ ମିନିଷ୍ଟର୍’ ନିରଞ୍ଜନ ପଟ୍ଟନାୟକଙ୍କ ହସ୍ତମୁଦିବାହାଲ, କେନ୍ଦୁଝର ଜିଲ୍ଲାର ତଦାନୀନ୍ତନ ରାମଚନ୍ଦ୍ରପୁର ବିଧାନସଭା ଆସନଟି ତାଙ୍କ ହାତରୁ ଖସିଯିବାପରେ ଦୀର୍ଘ ଦୁଇ ଦଶନ୍ଧି ଧରି ଶାସକ ଦଳ ବିଜେଡି ଦଖଲରେ ରହିଆସିଛି । ଇତ୍ୟବସରରେ, ୨୦୦୫ ସାଧାରଣ ନିର୍ବାଚନରେ ସ୍ୱାଧିନ ପ୍ରାର୍ଥି ବଦ୍ରି ପାତ୍ରଙ୍କୁ ମାତ୍ର ୪୦୦ ଭୋଟ୍ ବ୍ୟବଧାନରେ ପରାସ୍ତ କରି ଦୈବାତ୍ ବିଧାନସଭାକୁ ଆସିଯାଇଥିଲେ । ତତ୍ପରେପରେ ୨୦୦୯ ଓ ୨୦୧୪ ମସିହାରେ ନିର୍ବାଚିତ ହୋଇ ବଦ୍ରି ମନ୍ତ୍ରୀ ରହିଆସିଛନ୍ତି । ଜାତୀୟ ପ୍ରେକ୍ଷାପଟରେ ଧରାଶାୟୀ କଂଗ୍ରେସ ସହ ତାଳ ଦେଇ ଏ’ ଅଞ୍ଚଳରେ ମଧ୍ୟ ସାଂପ୍ରତିକ ରାଜନୈତିକ ଦୃଶ୍ୟପଟରେ ଦେଶର ଏହି ସର୍ବ ପୂରାତନ ଦଳ ତାର ଅସ୍ତିତ୍ୱ ହରାଇବସିଛି କହିଲେ ଅତ୍ୟୁକ୍ତି ହେବନାହିଁ । ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ପାଇଁ ନିକଟ ଅତୀତରେ ହୋଇଯାଇଥିବା ନିର୍ବାଚନରେ ଅପ୍ରତ୍ୟାଶିତ ଭଲ ଫଳ ପାଇବାପରେ ବିଜେପି ଏବଂ ଧର୍ମେନ୍ଦ୍ର ପ୍ରଧାନ୍ ଉତ୍ସାହିତ ହୋଇ ବିଭିନ୍ନ ଦଳର ଅନେକ ଟାଣୁଆ ନେତାଙ୍କୁ ଗୈରୀକ ରଙ୍ଗାୟୀତ କରି ପଦ୍ମ ପ୍ରସ୍ଫୁଟନ ପାଇଁ ଯୋରଦାର୍ ଉଦ୍ୟମ ଆରମ୍ଭ କରିଦେଇଥିବାର ଦେଖାଯାଇଛି । ସେହି କ୍ରମରେ ଘଷିପୁରାରୁ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥି ହୋଇଥିବା ତଥା ପିସିସିର ସମ୍ପାଦକ ଥିବା ଯୁବନେତା ପୃଥ୍ୱୀରାଜ କୁଅଁରଙ୍କୁ ଆଣି ବିଜେପିବାଲାଏ ଯେଉଁ ଗୋଟି ଚଳାଇଥିଲେ ତା’ ଖୁବ୍ ଫଳପ୍ରସୁ ହେବାକୁ ଆଉଥିବାର ପରିଲକ୍ଷିତ ହେଉଥିଲା । ମନ୍ତ୍ରୀ ବଦ୍ରି ବାବୁଙ୍କ ବିରୁଦ୍ଧରେ ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣି ପୃଥ୍ୱୀରାଜ କରିଥିବା ମକଦ୍ଦମା, ସଂପ୍ରତି ହାଇକୋର୍ଟରେ ବିଚାରାଧିନ ଥିବାବେଳେ ଏହି ଅଞ୍ଚଳରେ ବିଜେଡି ବିରୁଦ୍ଧରେ ଏକମାତ୍ର ଶକ୍ତି ଭାବେ ପୃଥ୍ୱୀରାଜଙ୍କୁ ସାଧାରଣ ଭୋଟର୍ ଗ୍ରହଣ କରିଆସୁଥିବା ସମୟରେ ପୂର୍ବରୁ ବିଜେପି ମାର୍କା କତିପୟ ତତ୍ତ୍ୱ ଏବେ ଅଚାନକ ଚେଇଁ ଉଠି ନୂଆ ନେତାଙ୍କ ବାଟ ଓଗାଳିବାକୁ ପ୍ରାଣମୂର୍ଚ୍ଛା ଚେଷ୍ଟା କରୁଥିବାର ଦେଖାଯାଉଛି । ୧୯୮୦ ମସିହାରୁ ଏମଏଲଏ, ଏମଏଲଏ ଭଜି ହେଉଥିବା ଦେବ ଯେନା, ସେହି ବର୍ଷ ଅରଟ ଚିହ୍ନରେ ଲଢି ନିଜର ଅମାନତ ହରାଇବାପରେ ତାଙ୍କୁ ୧୯୮୫ ମସିହାରେ ବିଜୁ ପଟ୍ଟନାୟକ ଜନତା ଦଳର ଟିକେଟ୍ ଦେଇଥିଲେହେଁ ସେ ନିଜ ଟିକେଟକୁ ନିରଞ୍ଜନ ପଟ୍ଟନାୟକଙ୍କୁ ବିକ୍ରି କରିଦେଇ କଂଗ୍ରେସରେ ମିଶିଗଲେ ଓ ଏକ ଧଳା ଆମ୍ବାସଡର୍ କାରରେ ବୁଲି ବୁଲି ନିରଞ୍ଜନଙ୍କ ପୋଷ୍ଟର୍ ଲଗାଇଲେ । ଯା’ ହେଉ ପରେ ଯେନତେନ ପ୍ରକାରେଣ ମନମୋହନ ସାମଲଙ୍କ ବେପାର ସହାୟକ ଭଗବାନ ସାହୁଙ୍କଠାରୁ ବିଜେପି ଟିକେଟ୍ ଖଣ୍ଡିଏ ଯୋଗାଡଯନ୍ତ୍ର କରି ସେ ପଦ୍ମଫୁଲ ଚିହ୍ନରେ ଛିଡା ହେଲେ ସତ,ମାତ୍ର ଏଥରବି ତାଙ୍କର ଅମାନତ ରହିପାରିଲେନାହିଁ । ୨୦୦୦ ମସିହା ନିର୍ବାଚନରେ ବିଜେପି ଛାଡି ଭଗବାନ, ଓ ବୈଚିତ୍ର୍ୟମୟ ଯୁବନେତା ବିଚିତ୍ର ଲଙ୍ଗଳାମୁକୁଳା ହୋଇ ବଦ୍ରିଙ୍କ ‘ଜିପ୍’ ଠେଲିଲେ । ଅର୍ଥାତ୍, ସ୍ୱାଧିନ୍ ପ୍ରାର୍ଥି ବଦ୍ରିଙ୍କ ନିର୍ବାଚନୀ ଚିହ୍ନ ଜିପ୍ ଗାଡିର ପୋଷ୍ଟର୍ ଲଗାଇଲେ । ନିଜକୁ ବିଜେପିର ବିହନ କହୁଥିବା ଉକ୍ତ ନେତାମାନେ କୌଣସି ପଞ୍ଚାୟତ ନିର୍ବାଚନରେ ୱାର୍ଡ୍ ମେମ୍ବର ପ୍ରାର୍ଥିଟିଏ ମଧ୍ୟ ଯୋଗାଡ କରିପାରନ୍ତିନାହିଁ । ଏବେ ଦଳକୁ ସଫା କରି, ସଂଗଠନ ସହ ଓତଃପ୍ରୋତ ଜଡିତ ଜଣେ ଯୁବକଙ୍କୁ ପ୍ରାର୍ଥି କରାଗଲେ ହୁଏତ ବଦ୍ରି ଓ ଶାସକଦଳର ସୁଦୀର୍ଘ ଇନିଂସ୍ ବିରୁଦ୍ଧରେ ସୃଷ୍ଟ ଜନମତକୁ ବିଜେପି ଭୋଟରେ ରୂପାନ୍ତରିତ କରିପାରେ । ମାତ୍ର ଲୋକଙ୍କ ଦ୍ୱାରା ବହୁ ପୂର୍ବରୁ ପରୀକ୍ଷିତ ଓ ପ୍ରତ୍ୟାଖ୍ୟାତ ପ୍ରାଣୀମାନେ ଗୋଷ୍ଠୀବଦ୍ଧ ଭାବେ ଏହି ପ୍ରକ୍ରିୟାକୁ ବିରୋଧ କରିବା ବଦ୍ରିଙ୍କ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରୁଥିବାର ଦେଖାଯାଏ ।
 

Leave A Reply

Your email address will not be published.