ସାମ୍ବାଦିକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

0

ଝାରସୁଗୁଡ଼ା(ବିକ୍ରମ କେଶରୀ ମହାପାତ୍ର) :ସାମ୍ବାଦିକଙ୍କ ସମସ୍ୟାର ସମାଧାନ ଓ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ  ୫ ଦଫା ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ସାମ୍ବାଦିକଙ୍କ କଲ୍ୟାଣ ପାଇଁ ରାଜ୍ୟସ୍ତରରେ ସ୍ୱତନ୍ତ୍ର କଲ୍ୟାଣ ପାଣ୍ଠି ଗଠନ ପୂର୍ବକ ଦୁଃସ୍ଥ  ସାମ୍ବାଦିକ ମାନଙ୍କୁ ଆର୍ଥିକ ସହାୟତା, ଜିଲ୍ଲା ସ୍ତରରେ ସାମ୍ବାଦିକ ଭବନ ନିର୍ମାଣ ଲାଗି ସ୍ୱତନ୍ତ୍ର ଜମି ଓ ପାଣ୍ଠି ବ୍ୟବସ୍ଥା, ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ସାମ୍ବାଦିକ ମାନଙ୍କ ପାଇଁ ପେନସନ ବ୍ୟବସ୍ଥା,ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା ସହ ଆକ୍ରମଣକାରୀଙ୍କ  ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦିଗରେ ବ୍ୟବସ୍ଥା ,ସ୍ୱାସ୍ଥ୍ୟ ଯୋଜନାରେ ବଞ୍ଚିଥିବା ସାମ୍ବାଦିକ ମାନଙ୍କୁ ବୀମା ଭୁକ୍ତ କରିବା ସହ ବୀମା ରାଶି ୫ ଲକ୍ଷ୍ୟ ଟଙ୍କା କୁ ବୃଦ୍ଧି କରିବା ନେଇ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ନିରେନ୍ଦ୍ର କୁମାର,ଜୀବନ ମହାନ୍ତି,ଗଜେନ୍ଦ୍ର ମହାନ୍ତି,ସଂଜୀବ ପାଟଯୋଶୀ ପ୍ରମୁଖ ଯାଇ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଥିଲେ।

Leave A Reply

Your email address will not be published.