ସ୍ଥାନୀୟ ବେକାର ଯୁବକ ମାନଙ୍କୁ ନିଯୁକ୍ତି ଦାବି ନେଇ ସ୍ମାରକପତ୍ର

0

ଝାରସୁଗୁଡ଼ା(ବିକ୍ରମ କେଶରୀ ମହାପାତ୍ର) :ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନ ମାନଙ୍କରେ ସ୍ଥାନୀୟ ବେକାର ଯୁବକ ମାନଙ୍କୁ ନିଯୁକ୍ତି ଦେବା ଦାବି ନେଇ ସ୍ବେଛା ସେବୀ ଅନୁଷ୍ଠାନ ଆଶା ପକ୍ଷରୁ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରଯାଇଛି।ବେଦାନ୍ତ କମ୍ପାନୀ ରେ ନିଯୁକ୍ତି ପାଇଁ ସାକ୍ଷାତ ଦେବା ସତ୍ୱେ ନିଯୁକ୍ତି ମିଳୁନଥିବାର ଅଭିଯୋଗ କରାଯାଇଛି।୧୦ ଦିନ ଭିତରେ କାର୍ଯ୍ୟ ନ ନେଲେ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ବେଦାନ୍ତ କମ୍ପାନୀ ଘେରାଓ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଆଶା ସଂଗଠନ ପକ୍ଷରୁ ସଭାପତି ମାନସ ନାୟକ, ଉପସଭାପତି ପ୍ରୀତମ ମହାରଣାଙ୍କ ନେତୃତ୍ୱରେ ରେ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳଙ୍କୁ  ଏହି ସ୍ମାରକ ପତ୍ର ଦେଇଛନ୍ତି।

Leave A Reply

Your email address will not be published.