୨୫ରୁ ଲଖନପୁର ବ୍ଲକରେ ପରିବେଶ ବଞ୍ଚାଅ ଶୋଭାଯାତ୍ରା

0

ଝାରସୁଗୁଡ଼ା(ବିକ୍ରମ କେଶରୀ ମହାପାତ୍ର) :ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେ ଅନ୍ଧାରି ସଙ୍ଘଠନ ଓ ବନ ବିଭାଗ ମିଳିତ ଉଦ୍ୟମରେ ଫେବ୍ରୁଆରୀ ୨୫ ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ପରିବେଶ ବଞ୍ଚାଅ ଶୋଭାଯାତ୍ରା ହେବ। ପ୍ରଥମ ପର୍ଯ୍ୟାୟରେ ଏହା ଝାରସୁଗୁଡ଼ାର କୋଲାବୀରା,ଲଇକେରା ଓ କିର୍ମିରା ବ୍ଲକରେ ପରିଭ୍ରମଣ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଲଖନପୁର ର ୩୩ ଟି ପଞ୍ଚାୟତ ପରିଭ୍ରମଣ କରି ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ,ପ୍ଲାଷ୍ଟିକ ବର୍ଜନ, ବିଜୁଳି ସଂରକ୍ଷଣ ଆଦି ବାର୍ତା ଦିଆଯିବ।ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ଏକ ପରିବେଶ ସେନା ଗଠନ କରାଯିବ ବୋଲି ଅଭିଯାନର ମୁଖ୍ୟ ତଥା ପୂର୍ବତନ କୁଳପତି ଧ୍ରୁବରାଜ ନାୟକ ଏହା ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.