ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ଆଜି ବିଜୟଲକ୍ଷ୍ମୀ ଶରଣପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୪ ତମ ବାର୍ଷିକ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁବେର ମେହେରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଙ୍କା ସମିତିସଭ୍ୟ ପ୍ରଫୁଲ୍ଲ କୁମାର ଗୌଡ଼, ସରପଞ୍ଚ ପ୍ରତିନିଧି ଲଖ୍ମଣ ପରିଡା, ଏସଏମଡିସି ସଭ୍ୟ ମୃତ୍ୟୁଞ୍ଜୟ ରଥ, ଆଲୁମିନି କମିଟି ସଦସ୍ୟ ପିତାମ୍ବର ପରିଡା ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ ପରିଡା ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ବିଷୋୟୀ ନିଜ ବକ୍ତବ୍ୟରେ ବାପା, ମାଆ, ଗୁରୁ ବା ଗୁରୁଜନଙ୍କୁ ସମ୍ମାନ ଦେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ ପୁଅ ମାନେ ବାପାଙ୍କୁ ଓ ଝିଅ ମାନେ ମାଙ୍କୁ ଅନୁସରଣ କରି କାର୍ଯ୍ୟ କରିବା, ବୃତ୍ତିଗତ ଶିକ୍ଷା, ପିଏମ ଶ୍ରୀ ଆଦି ବିଷୟରେ ଆଲୋଚନା କରି ଉଚ୍ଚକୋଟିର ବକ୍ତବ୍ୟ ପ୍ରଦାନ କରିଥିଲେ ଓ ସମସ୍ତ ଅତିଥି ବୃନ୍ଦ ମଧ୍ୟ୍ୟ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଗୋଟେ ଭଲ ମଣିଷ ହେବା ପାଇଁ ପ୍ରେରଣା ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିକାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଏସଏମଡିସି ସଭ୍ୟ/ସଭ୍ୟା ଓ ଛାତ୍ର ଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.