ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ସ୍ଥାନୀୟ ବାର ନମ୍ୱର୍ ୱାର୍ଡ଼ ରେ ଥିବା ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ମନ୍ଦିର ପାଖରେ ପ୍ରସନ୍ନ ବାସୁଦେବ ପାଲା ମଣ୍ଡଳ ପକ୍ଷ ରୁ ଦଶମ ବାର୍ଷିକ ଲୋକ କଳା ଓ ପାଲା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ପାରମ୍ପରିକ ଘୋଡ଼ା ନାଚ ସହ କଳାକାର ମାନେ ଏକ ଶୋଭାଯାତ୍ରା ରେ ନୀଳମଣି ଟାଉନ ହଲ ରୁ ବାହାରି ବଜାର ପରିକ୍ରମା କରି ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ମନ୍ଦିର ଯାଏଁ ଆସିଥିଲା। ପରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ନାରାୟଣ ପ୍ରସାଦ ବାରିକ୍ ଙ୍କ ସଂଯୋଜନା ରେ ସଭାପତି ସନାତନ ପୁରି ଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଭାବେ ଧାମନଗର ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ , ମୁଖ୍ୟ ବକ୍ତା ଭାବେ ସୁବାସ ଚନ୍ଦ୍ର ମଲ୍ଲିକ ଉଦ୍ ଘାଟକ ଭାବେ ଚୌଧୁରୀ ସତ୍ୟ ନାରାୟଣ ରାୟ, ସମ୍ମାନୀତ ଅତିଥି ଭାବେ ପ୍ରଶାନ୍ତ ନାୟକ , ଅମୂଲ୍ୟ ରତ୍ନ ସାହୁ, ମଧୁ ସୁଦନ ପାଢୀ, ନୀଳକଣ୍ଠ ପାତ୍ର ଓ ସମ୍ପାଦକ କପିଳ ନାଥ ଶର୍ମା ଉପସ୍ଥିତ ରହି ଥିଲେ। ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହିଥିଲେ।ଏହି ଅବସର ରେ ତିନି ଜଣ ସୁବାସ ମଲ୍ଲିକ, କୃତୀ ବାସ ସନ୍ଦୀ ବିଗ୍ରହ, ସୁବାସ ମଲ୍ଲିକ, ଦିବ୍ୟସିଂ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦୁଇ ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। କଳାକାର ମାନଙ୍କ ଦ୍ବାରା ପାଲା, ଘୋଡ଼ା ନାଚ ଓ ଅନେକ ଲୋକ କଳା ର ପରିବେଷଣ ହେବ ବୋଲି ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.