ଓଡ଼ଗାଁ,୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜଙ୍ଗଲ ବନାଗ୍ନି ସଚେତନତା ତାଲିମ ଶିବିରରେ ନୟାଗଡ଼ ଜିଲ୍ଲା ସହକାରୀ ବନ ସଂରକ୍ଷକ ହିମାଂଶୁ ଶେଖର ମୁଦୂଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ଗାଁ ଅଗ୍ନିଶମ ସେବା ଅଧିକାରୀ ପ୍ରଦୀପ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରକୃତି ବନ୍ଧୁ ପ୍ରଫୁଲ୍ଲ ମାଝୀ,ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ, ପ୍ରକୃତି ମିତ୍ର ଭାବଗ୍ରାହୀ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରକୃତି ଓ ପରିବେଶ ସପକ୍ଷରେ ସେମାନଙ୍କ ବିଚାର ରଖିଥିଲେ।ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ୧୩ ଜଣ ମହିଳା ପ୍ରତିନିଧି,୯ଟି ବନ ସୁରକ୍ଷା ସମିତିର ସଭାପତି ସମ୍ପାଦକ,୨୫ ଜଣ ଗଜ ସାଥୀ ଅଂଶଗ୍ରହଣ କରିଥିଲେ।ଜଙ୍ଗଲରୁ ମହୁଲ,ମହୁ ସଂଗ୍ରହ ବେଳେ,ଶିକାର ପାଇଁ ଯାଉଥିବା ଶିକାରୀ ମାନଙ୍କ ଯୋଗୁଁ,ପୋଡ଼ୁ ଚାଷ, ବଣଭୋଜି ଏହିପରି ଅନେକ କାରଣରୁ ଜଙ୍ଗଲରେ ନିଆଁ ଲାଗିବାରୁ ମୃତ୍ତିକାର ଉପର ଅଂଶ ନଷ୍ଟ ହୁଏ।ଛୋଟ ଛୋଟ ବନ୍ୟ ପ୍ରାଣୀଙ୍କ ସହିତ ବହୁ ପରିମାଣରେ ଔଷଧୀୟ ଗଛ ପୋଡ଼ି ଜଳି ପାଉଁଶ ହୋଇଯାଏ। ଜଙ୍ଗଲ ନିଆଁ ଜଙ୍ଗଲ ମଧ୍ୟରେ ଅଥବା ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଥିବା ବେଳେ ତାପମାତ୍ରା ବୃଦ୍ଧି ଯୋଗୁଁ ସେମାନଙ୍କୁ କଷ୍ଟ ଭୋଗିବାଵାକୁ ପଡ଼େ।ତେଣୁ କଥାରେ ଅଛି,ଜଙ୍ଗଲ ତଳେ ଗାଁ, ଜଙ୍ଗଲ ଆମର ମା’,ଏ ଜଙ୍ଗଲ ନିଆଁ ଲିଭେଇବା ଆମେ,ରଖିବା ଆମରି ନାଁ ବୋଲି ଶ୍ଳୋଗାନ ଦେଇ ଅତିଥି ମାନେ ସେମାନଙ୍କ ଉକ୍ତି ରଖିଥିଲେ। ଓଡ଼ଗାଁ ବନପାଳ ସରିତା ବରାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମସ୍ତ ବନକର୍ମଚାରି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.