୨୦୨୨ ମସିହା ମାରଣାସ୍ତ୍ର ଧରି ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଘଟଣା,

0 2

୫ ଦୋଷୀଙ୍କୁ ୩ ଲେଖାଏଁ କାରାଦଣ୍ଡାଦେଶ,

ଓଡ଼ଗାଁ,୬।୨(ଶ୍ରୀକାନ୍ତ କୁମାର ମିଶ୍ର ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ମାଣିକପାଟଣା ହାଟ ନିକଟରେ ଥିବା ହରିଜନ ସାହି ଠାରେ ଗତ ୧୬/୦୪/୨୦୨୨ ରିଖରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି ଅତିରିକ୍ତ ସହକାରୀ ଦୌରାଜଜ୍ ଜଷ୍ଟିସ୍ ଜନ୍ମେଜୟ ଦାଶ ରାୟ୍ ଶୁଣାଇବା ସହିତ ୫ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରକାଶ ଥାଉକି, ଗତ ୧୬.୦୪.୨୦୨୨ ରିଖ ରାତି ୧୦ ଘଟିକା ସମୟରେ ଏତଲାକାରିଣୀ ରଞ୍ଜିତା ସାହୁ ଙ୍କ ସ୍ୱାମୀ ଜନାର୍ଦ୍ଦନ ସାହୁ ଓ ଅନ୍ୟମାନେ ବନ୍ଧାମୁହିଁ ଠାରୁ ଏକ ମାରୁତି ଗାଡିରେ କୁରୁମବାଙ୍କତରା ଯାଉଥିବା ବେଳେ ମାଣିକପାଟଣା ହାଡିସାହି ଶିବାନୀ ବସ୍ତ୍ରାଳୟ ଠାରେ ଓଡଗାଁ ଥାନା ଅନ୍ତର୍ଗତ ବନ୍ଧାମୁହିଁ ଓ ଜୟପୁର ଗାଁ ର ଅଭିଯୁକ୍ତ ସଞ୍ଜୟ ସାହୁ, ବାଙ୍କନିଧି ସାହୁ, ପ୍ରଭାତ ସାହୁ, ରବିନ୍ଦ୍ର ସାହୁ, ତ୍ରିନାଥ ସାହୁ , ପୂର୍ବ ଯୋଜନା ମୁତାବକ ସଂଘବଦ୍ଧ ହୋଇ ହାତରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର, ଧରି ରାସ୍ତା ଉପରେ କାର୍ କୁ ଅଟକାଇ ଜନାର୍ଦ୍ଦନ ସାହୁଙ୍କୁ ଜୋର ଜବରଦସ୍ତ ଗାଡି ଭିତରୁ ଟାଣିଆଣି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ଏକ ଧାରୁଆ ଖଣ୍ଡାରେ ମୁଣ୍ଡ, ଗୋଡ, ଓ ହାତକୁ ହାଣି ପକାଇବା ସହିତ କାର୍ ରେ ଥିବା ସମସ୍ତ ଲୋକମାନଙ୍କୁ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲେ। ପରେ ଜନାର୍ଦ୍ଦନ ସାହୁ ଓ ଅନ୍ୟମାନେ ପ୍ରଥମେ ଓଡ଼ଗାଁ ଡାକ୍ତରଖାନା ରେ ଚିକିତ୍ସା ହେବାପରେ ଜନାର୍ଦ୍ଦନ ସାହଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ପରେ ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ଡାକ୍ତର ଭୁବନେଶ୍ୱର ପଠାଇଥିଲେ। ଏହାକୁ ନେଇ ଜନାର୍ଦ୍ଦନ ସାହୁ ଙ୍କ ସ୍ତ୍ରୀ ରଞ୍ଜିତା ସାହୁ ଗତ ତା ୧୭/୦୪/୨୦୨୨ ରିଖ ସକାଳେ ଓଡ଼ଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥୁଲେ। ଓଡ଼ଗାଁ ପୋଲିସ୍ ଏହାର ବିଧିବଦ୍ଧ ତଦନ୍ତ କରି ଅଭିଯୁକ୍ତ ମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ। ଏହି ଘଟଣାର ବିଚାର କରି ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ସହକାରୀ ଦୌରାଜଜ୍ ଜଷ୍ଟିସ୍ ଜନ୍ମେଜୟ ଦାଶ ସମସ୍ତ ୫ ଅଭିଯୁକ୍ତଙ୍କୁ ଦଫା ୩୪୧ ମତେ ୧ ମାସ, ଦଫା ୩୨୩ ମତେ ୧ ବର୍ଷ, ଦଫା ୩୨୪ ମତେ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଉକ୍ତ ମୋକଦ୍ଦମାକୁ ସରକାରୀ ଓକିଲ ବଟକୃଷ୍ଣ ମିଶ୍ର ପରିଚାଳନା କରୁଥିଲେ।

Leave A Reply

Your email address will not be published.