କଟକ : ତା 6.02.2026 ରିଖ: ନାରୀ ସଶକ୍ତିକରଣ, ଆତ୍ମନିର୍ଭରଶୀଳତା ଓ ସ୍ୱଦେଶୀ ଉତ୍ପାଦର ପ୍ରଚାର–ପ୍ରସାର ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଓ ସ୍ୱଦେଶୀ ମେଳା ଉଦଘାଟିତ ହୋଇଛି।
ଏହି ମେଳାର ଉଦଘାଟନ ରେ ମାନ୍ୟବର ବିଧାୟିକା ବାରବାଟୀ କଟକ ଇଂ ସୋଫିଆ ଫିର୍ଦୋଶ ନାରୀମାନଙ୍କର ଆର୍ଥିକ ସ୍ୱାବଲମ୍ବନ ଓ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ଜୋର ଦେବା ସହିତ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ କିପରି ସ୍ୱୟଂରୋଜଗାରୀ ହୋଇ ସମାଜରେ ନିଜ ସ୍ଥାନ ସୃଷ୍ଟି କରୁଛନ୍ତି, ସେଥିପାଇଁ ଏହି ମେଳା ଏକ ଉତ୍ତମ ମଞ୍ଚ ବୋଲି କହିଥିଲେ। ମାନ୍ୟବର ବିଧାୟକ କଟକ ସଦର, ଇଂ ପ୍ରକାଶ ଚନ୍ଦ୍ର ସେଠୀ ଆତ୍ମ ନିର୍ଭର ଭାରତ ଗଢିବା ରେ ଏହି ଭଳି ମେଳା ସହାୟକ ହେବ ଏବଂ ନାରୀ ସଶକ୍ତିକରଣ ରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ମତ ପ୍ରକାଶ କରିଥିଲେ l ଏହି ଅବସରରେ ମାନ୍ୟବର ବିଧାୟକ ବଡ଼ମ୍ବା ଶ୍ରୀଯୁକ୍ତ ବିଜୟ କୁମାର ଦଳବେହେରା ଯୋଗଦେଇ ନାରୀ ସଶକ୍ତ ହେଲେ ସାମୁହିକ ଉନ୍ନତି ହେବ ବୋଲି ମତବ୍ୟକ୍ତ କରିଥିଲେ l ଏଠାରେ ସୂଚନାଯୋଗ୍ୟ ଏହି ମେଳାରେ ରେ 400 ଟି ଷ୍ଟଲ୍ ରହିଛି । ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କ ଦ୍ୱାରା ତିଆରି ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟ ଉତ୍ପାଦ, ବସ୍ତ୍ର, ଗୃହୋପକରଣ ଓ ଅନ୍ୟାନ୍ୟ ସ୍ୱଦେଶୀ ସାମଗ୍ରୀର ଷ୍ଟଲ୍ଗୁଡ଼ିକ ସ୍ଥାପିତ ହୋଇଛି।
ଏହି ଅବସରରେ ଜିଲ୍ଳାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସ୍ଵାଗତ ଭାଷଣ ଦେଇଥିଲେ । ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ କମଳଜିତ୍ ଦାସ ଓ ଇପସିତା ପ୍ରିୟଦର୍ଶିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ. Ehi ଅବସରରେ ବାନ୍ଧ ଶିଳ୍ପୀ ପଦ୍ମଶ୍ରୀ ଶରତ କୁମାର ପାତ୍ର ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା.
ମେଳା ମାଧ୍ୟମରେ ନାରୀ ଶକ୍ତିକରଣ ସହିତ ସ୍ୱଦେଶୀ ପଦାର୍ଥ ବ୍ୟବହାର ପ୍ରତି ସଚେତନତା ସୃଷ୍ଟି କରିବା ଏହି ମେଳାର ଉଦ୍ଦେଶ୍ଯ । ଆସନ୍ତା 12 ତାରିଖ ପର୍ଯ୍ଯନ୍ତ ଏହି ମେଳା ଚାଲିବ। ପ୍ରତ୍ୟେକ ସନ୍ଧ୍ୟାରେ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି।
Sign in
Sign in
Recover your password.
A password will be e-mailed to you.