ବାରିପଦାରୁ ଦିଲ୍ଲୀପ ମହାନ୍ତି : ବାରିପଦା ମଧୁବନ ମିନି ଷ୍ଟାଡ଼ିଅମ ପରିସରରେ ୨୫ତମ ଶହିଦ ରତିକାନ୍ତ-କୁଲଦୀପ ମେମୋରିଆଲ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଥିଲା । ପ୍ରାରମ୍ଭରେ ସହରର କେନ୍ଦ୍ରସ୍ଥଳ କାଳୀମାର୍କେଟରେ ଥିବା ଶହିଦ ରତିକାନ୍ତ ଓ କୁଲଦୀପଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟ ସମାପନ ହେବା ପରେ ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର , ସମ୍ମାନୀତ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ବିଜଦର ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦଘାଟନ କରାଇ ଥିଲେ । ଏହି ସମୟରେ କମିଟିର ସଦସ୍ୟ ତଥା ବିଜଦର ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲା ଯୁବ ବିଜଦ ସଭାପତି ଜିତେନ୍ଦ୍ର ମହାନ୍ତି, ସ୍ୱରୂପ ଦାସ ପ୍ରମୁଖ ସମସ୍ତ ସଦସ୍ୟଗଣ ଉପସ୍ଥିତ ରହିଥିଲେ ।
ଟୁର୍ଣ୍ଣାମେଣ୍ଟର ପ୍ରଥମ ଉଦଘାଟନୀ ମ୍ୟାଚ ବାରିପଦାର ଫିଉଚାର-୧୧ ଓ ଏସଏସଏ ମଧ୍ୟରେ ଟସ ହୋଇଥିଲା ଓ ଏସଏସଏ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ପଡ଼ିଆକୁ ଉହ୍ଲାଇ ୧୫ ଓଭରରେ ୧୨୩ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସୁନୀଲ ଛେତ୍ରି ସର୍ବାଧିକ ୨୨ ରନ୍ ସଂଗ୍ରହ କରିଥିଲେ । ଏହାପରେ ୧୨୪ ରନର ବିଜୟ ଲକ୍ଷ ନେଇ ଫିଉଚର-୧୧ ପଡ଼ିଆକୁ ଉହ୍ଲାଇ ସମସ୍ତ ଉଇକେଟ ହରାଇ ୮୭ ରନ କରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ । ସେହିପରି ଦ୍ଵିତୀୟ ମ୍ୟାଚ ବଲବ୍ଲାଷ୍ଟର ଓ ଲେଟକଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲବ୍ଲାଷ୍ଟର ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ୧୩୫ ରନ କରିଥିଲେ । ଦଳ ପକ୍ଷରୁ ଦିବ୍ୟରଞ୍ଜନ ଦାଶ ସର୍ବାଧିକ ୩୩ ରନ୍ ସଂଗ୍ରହ କରିଥିଲେ । ଏହାପରେ ୧୩୬ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଉହ୍ଲାଇ ଥିଲେ ଲେଟକଟ ଟିମ । ପ୍ରଥମେ ରକ୍ଷଣାତ୍ମକ ଖେଳ ଆରମ୍ଭ କରି ୩ ଉଇକେଟ ହରାଇ ୮ ଓଭରରେ ୫୦ ରନ ସଂଗ୍ରହ କରିଥିଲେ । ଏହାପରେ ମଧ୍ୟମକ୍ରମରେ ଆସିଥିବା ଲକ୍ଷ୍ମୀଧର ସିଂ ଆକ୍ରମଣାତ୍ମକ ସଟ ପଡ଼ିଆର ଚର୍ତୁପାଶ୍ୱର୍କୁ ମାରି ବିସ୍ଫୋରକ ୮୦ ରନ ସଂଗ୍ରହ ମାଧ୍ୟମରେ ବିଜୟ ଲକ୍ଷ ୧୩୬କୁ ଅତିକ୍ରମ କରିଥିଲେ । ଆଜିର ମ୍ୟାଚରେ ସରୋଜ ମହାକୁଡ଼ ଓ ଦଲ୍ଲୀପ ଦାସ ଅମ୍ପାଭାବେ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post