ଏମ୍‌ଭି–୭୯ ଡାଃ ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ l

2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,୩୧/୧/୨୬: ଏମ୍‌ଭି–୭୯ ସ୍ଥିତ ଡାଃ ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏମ୍‌ଭି–୭୯ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ପେଟଚି ମୁଥୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, କଲେଜର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ନିମାଇଁ ଚନ୍ଦ୍ର ପାଲ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ।

ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ପରିତୋଷ ସରକାର ଓ ଶ୍ରୀମତୀ ପ୍ରଭାସିନି ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ, କଲେଜ ଅଧ୍ୟକ୍ଷ ଡାଃ ପ୍ରଦୀପ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବାର୍ଷିକ ଉତ୍ସବ ଅବସରରେ ଶିକ୍ଷାବର୍ଷ ୨୦୨୪–୨୫ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ସୁସ୍ମିତା ଢ଼ାଳିଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବେ ସମ୍ମାନିତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା।

ଅଧ୍ୟକ୍ଷ ଡାଃ ମିଶ୍ର ତାଙ୍କ ଭାଷଣରେ କଲେଜ ସ୍ଥାପନା ପରଠାରୁ ଆସିଥିବା ବିଭିନ୍ନ ସମସ୍ୟା, ପୂର୍ବ ସ୍ଥିତି ଓ ବର୍ତ୍ତମାନର ଶିକ୍ଷାଗତ ସଫଳତା ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ। ସେହିପରି ଦୀର୍ଘ ବର୍ଷ ପୂର୍ବରୁ ଏମ୍‌ଭି–୭୯ ଅଞ୍ଚଳବାସୀଙ୍କ ସାମୂହିକ ପ୍ରଚେଷ୍ଟାରେ କଲେଜଟି ଗଢ଼ିଉଠିଥିବା କଥା ମଧ୍ୟ ସ୍ମରଣ କରାଯାଇଥିଲା।

ଏହି ଅବସରରେ କଲେଜର କୃତି ଛାତ୍ରଛାତ୍ରୀ ଓ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିବାବେଳେ, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିଲା।

ଇଂରାଜୀ ଅଧ୍ୟାପକ ଶ୍ରୀ ବସନ୍ତ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ପ୍ରହରାଜ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସହ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.