କେନ୍ଦ୍ରାପଡ଼ା:୩୧/୦୧(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅଧିନସ୍ତ ହାଟସାହି ଗ୍ରାମର ଝିଅ ପ୍ରଜ୍ଞାଶିନୀ ନାୟକ ନିଜ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ସମଗ୍ର ଜିଲ୍ଲାରେ ଗାଁର ମର୍ଯ୍ୟାଦା ବଢ଼ାଇଛନ୍ତି। ହାଟସାହି ଗ୍ରାମର ବାସିନ୍ଦା ପ୍ରଣୟ ନାୟକଙ୍କ ୧୬ ବର୍ଷର କନ୍ୟା ପ୍ରଜ୍ଞାଶିନୀ ଜିଲ୍ଲା ସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ଚମ୍ପିୟନ ହୋଇ ନିଜ ଗାଁ ଓ ପରିବାରକୁ ଗୌରବାନ୍ୱିତ କରିଛନ୍ତି।ଛୋଟବେଳୁ ଖେଳକୁଦ ପ୍ରତି ଆଗ୍ରହ ଥିବା ପ୍ରଜ୍ଞାଶିନୀଙ୍କ ପ୍ରତିଭାକୁ ପ୍ରଥମେ ଚିହ୍ନିଥିଲେ ତାଙ୍କ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ। ପରେ ହାଇସ୍କୁଲର କ୍ରୀଡ଼ା ଶିକ୍ଷକମାନେ ମଧ୍ୟ ତାଙ୍କୁ ନିରନ୍ତର ପ୍ରୋତ୍ସାହନ ଓ ମାର୍ଗଦର୍ଶନ ଦେଇଥିଲେ। ଗୁରୁଜନଙ୍କ ଆଶୀର୍ବାଦ ଓ ନିଜ ଅଦମ୍ୟ ଇଚ୍ଛାଶକ୍ତିରେ ପ୍ରଜ୍ଞାଶିନୀ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ ଓ ବର୍ତ୍ତମାନ ଜିଲ୍ଲା ସ୍ତରରେ ଏକ ସଫଳତା ହାସଲ କରିଛନ୍ତି।
High Jump, Long Jump, Track Event, Kabaddi ଓ ଦୌଡ଼ ପରି ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ସେ ଜିଲ୍ଲା ଚମ୍ପିୟନ ହୋଇ ନିଜ ନାମକୁ ଉଜ୍ଜ୍ୱଳ କରିଛନ୍ତି। ଏଥିସହ ନିଜ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜର ମଧ୍ୟ ସମ୍ମାନ ବଢ଼ାଇଛନ୍ତି।ଏତେ କମ ବୟସରେ ଏଭଳି ସଫଳତା ଦେଖି ପ୍ରଜ୍ଞାଶିନୀଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ଗାଁବାସୀ, ଶିକ୍ଷକ, ସହପାଠୀ ଓ କ୍ରୀଡ଼ା ପ୍ରେମୀମାନେ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ଆଶା ବ୍ୟକ୍ତ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post