ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ରାଜ୍ୟ କାର୍ଯ୍ୟାଳୟରେ ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଯଶସ୍ଵି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଓଡ଼ିଶା ରେ ଡବଲ ଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ଆସ୍ଥା ପ୍ରକଟ କରି ରାୟଗଡା ଜିଲ୍ଲା କଂଗ୍ରେସର ଯୁବ ନେତା ଅବିନାଶ ଗୋମଙ୍ଗ ଓ ବହୁ କଂଗ୍ରେସ କର୍ମୀ ଦଳ ଛାଡି ବିଧିବଦ୍ଧ ଭାବେ ବିଜେପି ରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ମହୋଦୟ, ରାଜ୍ୟ ପ୍ରଭାରି ଶ୍ରୀ ବିଜୟ ପାଲ ସିଂହ ତମାର ମହୋଦୟ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ ମହୋଦୟ, ରାଜ୍ୟ ଉପସଭାପତି ଶ୍ରୀ ଅଶୋକ ମିଶ୍ର ମହୋଦୟ, ରାଜ୍ୟ ଉପସଭାପତି ତଥା ରାୟଗଡ଼ା ଜିଲ୍ଲା ପ୍ରଭାରୀ ଶ୍ରୀ କେ.ନାରାୟଣ ରାଓ ମହୋଦୟ, ରାଜ୍ୟ ସମ୍ପାଦିକା ଶ୍ରୀମତୀ ସ୍ମୃତି ପଟ୍ଟନାୟକ ମହାଶୟା,ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦ ମହୋଦୟ , ରାୟଗଡ଼ା ଜିଲ୍ଲା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ୱାଈ.ଗଣପତି ମହୋଦୟ ,ଶ୍ରୀ ସଂଗ୍ରାମ କେଶରୀ ସାହୁ, ଯୁବ ନେତା ଶ୍ରୀ ଅମର ସାହୁ, ଶ୍ରୀ ମୁଖୀ ଦିବାକର,ଶ୍ରୀ ଏସ. ଭାର୍ଗବ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post