ନବରଙ୍ଗପୁର,ତା 28/01/2026,ଅଶୋକ ସାହୁ,ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ,ନବରଙ୍ଗପୁର ଶାଖା ପକ୍ଷରୁ ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ମଙ୍ଗରଦରା ପର୍ଯ୍ୟଟନ ସ୍ଥଳୀ ଠାରେ ଅନୁଷ୍ଠାନିକ ବୈଠକ ତଥା ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠିତ ଉକ୍ତ ଅନୁଷ୍ଠାନିକ ବୈଠକ ତଥା ଆଲୋଚନା ସଭାରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ଜିଲ୍ଲା ଓଡିଶା କର୍ମଜୀବି ସାମ୍ବାଦିକ ସଂଘର ପରାମର୍ଶଦାତା ଶିରାଜ ଉଦ୍ଦିନ ଅହମ୍ମଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖରା,ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳର ବରିଷ୍ଠ ସମାଜସେବୀ ନାରାୟଣ ପାତ୍ର,ପୂଜାରୀଗୁଡା ଅଞ୍ଚଳର ବରିଷ୍ଠ ସମାଜସେବୀ କିଶୋର ସିଂ,କେଭା ସଂସ୍ଥାର ସଭାପତି ତଥା ସମାଜସେବୀ ପ୍ରଶାନ୍ତ ରାୟ ପ୍ରମୁଖ ମଞ୍ଚାସିନ ରହିଥିଲେ |ବରେଣ୍ୟ ଅତିଥି ମାନଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇବା ପରେ ଅତିଥିମାନେ ମଞ୍ଚାସିନ ହୋଇଥିଲେ ଓ ଗଣତନ୍ତ୍ର ଓ ଗଣମାଧ୍ୟମ ଉପରେ ନିଜ ନିଜ ମନ୍ଥବ୍ୟ ରଖିବା ସହିତ ସଦା ସର୍ବଦା ନିର୍ଭିକ ଓ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିବାକୁ ମରାମର୍ଶ ଦେଇଥିଲେ |ପରେ ସଂଘର ବରିଷ୍ଠ ସଦସ୍ୟ ମାନଙ୍କୁ ନୂତନ ପରିଚୟ ପତ୍ର ପ୍ରଦାନ କରି ଶୁଭେଚ୍ଛା ଜଣେଇଥିଲେ | ଓଡିଶା କର୍ମଜୀବି ସାମ୍ବାଦିକ ସଂଘର ବରିଷ୍ଠ କର୍ମକର୍ତା ମାନଙ୍କ ମଧ୍ୟରେ ସଙ୍ଘର ଜିଲ୍ଲା ସଭାପତି ଶେଖର ଖୁରା, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାହୁ, ଜିଲ୍ଲା ଉପ ସଭାପତି ହିମାଂଶୁ ଶେଖର ବାଘ, ନବରଙ୍ଗପୁର ଜିଲ୍ଲାର ଉପ ସଭାପତି ନରସିଂହ ବାଘ ସଂଙ୍ଘ ପରାମର୍ଶଦାତା ଶ୍ରୀଧର ସାମନ୍ତରାୟ,ସମ୍ପାଦକ ହରିହର ଶତପଥୀ ତଥା ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଲକର ବ୍ଲକ ସଭାପତି,ସମ୍ପାଦକ, କୋଷାଧକ୍ଷ ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ |ଆୟୋଜିତ ଉକ୍ତ ସଭାରେ ସଂଘର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନରେ କିଭଳି ସଂଘରେ ଅଧିକ ରୁ ଅଧିକ ସଦସ୍ୟ ଯୋଡି ହେବେ ଓ ପ୍ରତି ବ୍ଲକରେ ସଂଘର ସଦସ୍ୟମାନେ ନିର୍ଭିକ ଓ ନିରପେକ୍ଷ ଭାବେ ସତ୍ୟ ଖବର ସବୁ ସଂଗ୍ରହ କରି ତାର ପ୍ରସାରଣ କରି ପ୍ରଶାସନର ସହାୟତା କରିବା ସହ ନିଜ ନିଜ ବ୍ଲକରେ ସଂଘକୁ ଶୀର୍ଷ ସ୍ଥାନରେ କିପରି ରଖିବେ ସେ ଉପରେ ଆଲୋଚନା କରାଯାଇଥିଲା |ସଂଘର ବରିଷ୍ଠ ସଦସ୍ୟ ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଲକ୍ଷ୍ମୀଚନ୍ଦ୍ର ଟାକରି ଉପସ୍ଥିତ କନିଷ୍ଠ ତଥା ଓ ୟୁ ଡବ୍ଲୁ ଯେ ସାମ୍ୱାଦିକ ସଂଘରେ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟ ମାନଙ୍କୁ ଗଣତନ୍ତ୍ର ରାଷ୍ଟ୍ର ମାନଙ୍କରେ ସାମ୍ବାଦିକ ମାନଙ୍କ ଭୂମିକା ଓ ଜଣେ ସାମ୍ବାଦିକ କିଭଳି ହେବା ଦରକାର ସେ ଉପରେ ଦିଗଦର୍ଶନ ଦେଇଥିଲେ |ଶେଷରେ ସମସ୍ତ ସଦସ୍ୟ ମାନଙ୍କୁ ନୂତନ ଆଇ କାର୍ଡ ପ୍ରଦାନ କରି ସଭା ସାଙ୍ଗ କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.
Prev Post