ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ

2

ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟିର ବୈଠକ ଅନୁଷ୍ଠିତ 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ବୁଧବାର) ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ – ୨୦୨୬ର ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟିର ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବରାକ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ , ସରିତା ମହାପାତ୍ର ,ଏଡ଼ି.ପି.ଏଚ୍‌.ଓ , ନୟନା ମଲ୍ଲିକ , ଡିଏମଆରସିଏଚ , ପ୍ରଣତି ସାହୁ , ଏଡିପିଏଚଓ , ଡାକ୍ତର ଆନନ୍ଦ ସାମନ୍ତରାୟ , ଜିଲ୍ଲା ଆଶା ମ୍ୟାନେଜର ନାରାୟଣ ମଲ୍ଲିକ , ଏନଏମଏସ ଶ୍ରୀଧର ଦାସ ଓ ଏମପିଏଚଏସ ଜି. ରାମ କୃଷ୍ଣ ନାଇଡୁ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ।
ବୈଠକରେ କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମୀକ୍ଷା କରିଥିଲେ। କୁଷ୍ଠରୋଗ ସଚେତନତା ବୃଦ୍ଧି ନିମନ୍ତେ ଚଳିତ ଜାନୁୟାରୀ ୩୦ ରୁ ଫେବୃୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସାରା ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ ଚାଲିବ। ଜିଲ୍ଲା ଶିକ୍ଷଧିକାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଜିଲ୍ଲା ପଞ୍ଚାୟତ ଅଧିକାରୀ ସମେତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ସ୍ୱାସ୍ଥ୍ୟ ବିଭାଗକୁ ସହଯୋଗ କରିବାକୁ କହିଥିଲେ।
ପ୍ରତ୍ୟେକ ଗାଁରେ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ କରାଯିବ। ଆଶା ଓ ଅଙ୍ଗନବାଡି କର୍ମୀ , ଏ.ଏନ୍‌.ଏମ୍‌ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଜିଲ୍ଲାର ସମସ୍ତ ବ୍ଲକ୍ , ଗ୍ରାମ ପଂଚାୟତ ଓ ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏହି କୁଷ୍ଠ ରୋଗ ସଚେତନତା ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।
ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ସମସ୍ତ ଅଧିକାରୀମାନଙ୍କୁ ଏକ ଶପଥ ପାଠ କରାଇଥିଲେ।

Leave A Reply

Your email address will not be published.