ଆପ୍ ଗଜପତି ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆପ୍ ଗଜପତି ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ହରପ୍ରସାଦ ସୁଆର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା କିଶୋର ଚନ୍ଦ୍ର ଗୁରୁ , ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା , ତ୍ରିନାଥ ପ୍ରସାଦ ପଟ୍ଟନାୟକ , ଲିଙ୍ଗରାଜ ପାଣିଗ୍ରାହୀ , ଶିବାଶିଷ ପଟ୍ଟନାୟକ , ଗୁମ୍ମା ନାଗରିକ ମଞ୍ଚ ଆବାହକ ସୁଷ୍ତିର ସଢଙ୍ଗି , ବୋୟାଜ ବେବର୍ତ୍ତା , ବିରଞ୍ଜନ ମାଝୀ , ସମିର ମିଶାଲ , ଝରଣା ପଟ୍ଟନାୟକ , ସନ୍ଦିପ ସୁର୍ଯ୍ୟବଂଶି , ଅନିଲ କୁମାର ପଣ୍ଡା , ବିନୋଦ ବେହେରା ପ୍ରମୁଖ ଯୋଗ ଦେଇ ସମ୍ବିଧାନ ପ୍ରସ୍ତାବନା ପାଠ କରିବା ସହ ସମ୍ବିଧାନ ଓ ଗଣତନ୍ତ୍ର ର ସୁରକ୍ଷା ପାଇଁ ଶପଥଗ୍ରହଣ କରିଥିଲେ।

Leave A Reply

Your email address will not be published.