ଶ୍ରୀକୃଷ୍ଣ ସଖା ଗ୍ରାମ୍ୟ ଉନ୍ନୟନ ସଂଘର ଗଣତନ୍ତ୍ର ଦିବସ ପାଳନ।

2

କେନ୍ଦୁଝର,ତା୨୬/୧- ଶ୍ରୀକୃଷ୍ଣ ସଖା ଗ୍ରାମ୍ୟ ଉନ୍ନୟନ ସଂଘ, ସାନଯୋଡ଼ା ଗ୍ରାମ ଆନୁକୁଲ୍ୟରେ ଯଜ୍ଞମଣ୍ଡପ ନିକଟରେ ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସଂଘ ସଭାପତି ପ୍ରଶାନ୍ତ କୁମାର ମହାକୁଡ଼ ପତକା ଉତ୍ତୋଳନ କରିଥିଲେ। ସଂଘ  ଉପଦେଷ୍ଟା ଅଫିସର ଦେହୁରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାନଯୋଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶକୁନ୍ତଳା ପାତ୍ର, ସହକାରୀ ଶିକ୍ଷୟତ୍ରୀ ଗାୟତ୍ରୀ ସାହୁ, ଅଙ୍ଗନୱାଡି କର୍ମୀ ରଶ୍ମୀ ଦୀପାବଳି ଦେହୁରୀ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ଲିପିକା ମହାକୁଡ଼, ମାନସୀ ବେହେରା, ଭକ୍ତି ବେହେରା, ଖୁସୁବୁ ବେହେରା ଓ ଅମ୍ଲାନ ଦେହୁରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶ୍ରୀକୃଷ୍ଣ ସଖା ଗ୍ରାମ୍ୟ ଉନ୍ନୟନ ସଂଘର ସାଧାରଣ ସମ୍ପାଦକ ଅମରେଶ କୁମାର ନାଏକ, ପ୍ରଦୀପ ବେହେରା, ରକ୍ଷାକର ବାରିକ, ହୃଦାନନ୍ଦ ମହାକୁଡ଼, ସଞ୍ଜୟ ମହାକୁଡ଼,ଦୁର୍ଯ୍ୟୋଧନ ନାଏକ, ବଲ୍ଲଭ ବାରିକ, ରବୀନ୍ଦ୍ର ବେହେରା,ରଙ୍କ ରତନ ବାରିକ, ପ୍ରତାପ ବେହେରା, ଶମ୍ଭୁନାଥ ନାଏକ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.