ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗୋପାଳପୁର ବେଳାଭୂମି ମହୋତ୍ସବ ନିମନ୍ତେ ମାଁ ବ୍ୟାଘ୍ରଦେବୀଙ୍କର ବିଶାଳ ମଶାଲ ଶୋଭା ଯାତ୍ରା
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆଜିଠାରୁ ଅର୍ଥାତ୍ ୨୭ ଜାନୁଆରୀ ୨୦୨୬ ରିଖ ମଙ୍ଗଳ ବାର ଦିନ ଠାରୁ ଆରମ୍ଭ ହେଉଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗୋପାଳପୁର ବେଳାଭୂମୀ ମହୋତ୍ସବ। ଏହା ଦୀର୍ଘ ୪ ଦିନ ଅର୍ଥାତ୍ ୩୦ ଜାନୁଆରୀ ୨୦୨୬ ରେ ଉଦଯାପନ ହେବାକୁ ସ୍ଥିର ହୋଇଛି।
ଏଥି ନିମନ୍ତେ ଚଳିତ ବର୍ଷ ବ୍ୟାପକ ଆୟୋଜନ କରାଯାଉଥିବା ବେଳେ ଏହି ମହୋତ୍ସବକୁ ଲୋକାଭିମୁଖୀ କରିବା ସହ ଏହାର ସଫଳତା ପାଇଁ ବିଭିନ୍ନ ଆଧ୍ୟାତ୍ମିକ ପୀଠରୁ ମଶାଲ ଶୋଭାଯାତ୍ରାରେ ଜ୍ୟୋତି ଗୋପାଳପୁରକୁ ପଠାଯାଇଛି। ଏହି ପରିପ୍ରେକ୍ଷିରେ ଆଜି ଘୁମୁସର ଭଞ୍ଜ ବଂଶୀୟ ଅଧିଷ୍ଠାତ୍ରୀ ଦେବୀ ମାଁ ତଳ ବ୍ୟାଘ୍ରଦେବୀଙ୍କ ପୀଠରୁ ମଧ୍ୟ ଵିଶାଳ ମଶାଲ ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଆଜି ଭୋର ସମୟରେ ମନ୍ଦିର ପ୍ରାଙ୍ଗଣରେ ପ୍ରଥମେ କର୍ପୁର ଆଳତୀ ୧୦୮ ଆଳତୀ ଓ ପୂଜାର୍ଚ୍ଚନା ହେବା ପରେ ଜ୍ୟୋତିକୁ ମନ୍ଦିର ବେଢା ପରିକ୍ରମା କରାଯାଇଥିଲା। ଏହାପରେ ଏକ ସ୍ବତନ୍ତ୍ର ଗାଡିରେ ମଶାଲକୁ ଶୋଭାଯାତ୍ରାରେ ଗୋପାଳପୁର ଅଭିମୁଖେ ନିଆଯାଇଥିଲା। ଏହି ସମୟରେ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ,ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମା ଶଙ୍କର ବେହେରା, ଵିଡିଓ ଭାରତୀ ଦେବୀ,ଡେପୁଟି କଲେକ୍ଟର ପ୍ରାଧାନ ଟୁଲିଆମା ,ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର,ଭଞ୍ଜନଗର ଅତିରିକ୍ତ ତହସିଲଦାର ଶ୍ରୀ ଅବିନାଶ ମହାର , ଭଞ୍ଜନଗର ପୈ।ରପାଳୀକା କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲି କୃଷ୍ଣ ପଣ୍ଡା, ଶିଶୁ ପ୍ରକଳ୍ପ ଅଧିକାରୀଣି ମିଲିମା ପଣ୍ଡା,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ, ଅତିରିକ୍ତ ଏସ୍ପି ରଞ୍ଜନ ଦେ,ଏସ୍ଡିପିଓ ଡ.ଦିପକ କୁମାର ମିଶ୍ର, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ଵ୍ୟକ୍ତି ଗଣ ଓ଼ ବହୁ ଶ୍ରଦ୍ଧାଳୁ ପ୍ରମୁଖ ଉପସ୍ଥିତ ରହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଏହା ସହିତ ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲ୍ଲା ସଭାପତି ନୀଳମାଧବ ପାତ୍ର,ସରପଞ୍ଚ ଭି.ସଂଯୁକ୍ତା ରାଜୁ,ରାଜୀବ ଲୋଚନ ରାଜୁ, ସଞ୍ଜୟ ପ୍ରଧାନ, ବ୍ରହ୍ମାନନ୍ଦ ଦାସ, ସୁରେଶ ସାହୁ, ଶିବ ପ୍ରସାଦ ସାହୁ ଓ କୁଲାଡ ତଳ ବ୍ୟାଘ୍ରଦେଵୀ ଯୁବକ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଅବସରରେ ରାସ୍ତାରେ ମଶାଲ ଶୋଭାଯାତ୍ରାକୁ ବିପୁଳ ସ୍ବାଗତ କରାଯାଇଥିଲା ।