ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ପିଏମ୍ ଶ୍ରୀ ନୋଡ଼ାଲ୍ ଜି.ଟି ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ -୨୦୨୫ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ଜୀବନର ଲକ୍ଷ୍ୟ ସ୍ଥିର ରଖି ପାଠ ପଢିବାକୁ ପରାମର୍ଶ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗାପୁରମ୍ ହରି ଯୋଗ ଦେଇ ଗୁରୁଜନଙ୍କ ସ୍ନେହ ଏବଂ ଆଶୀର୍ବାଦ ଭିତରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଲୁଚି ରହିଛି ବୋଲି ବକ୍ତବ୍ୟ ରଖିଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ତହସିଲଦାର କଳାକୃଷ୍ଣ ପ୍ରଧାନ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ,ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ବିଭୂତି ଭୂଷଣ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରି ଲୋପାମୁଦ୍ରା ରଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବ୍ରଜ କିଶୋର ମହାରଣା, ଶିକ୍ଷାବିତ୍ ଚନ୍ଦ୍ରଭାନୁ ପାଢ଼ୀ, ନୋଡ଼ାଲ୍ ଅଫିସର୍ ସୂର୍ଯ୍ୟ ନାରାୟଣ ସେଠୀ, ସ୍ଥାନୀୟ ସିଆରସିସି ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଶିକ୍ଷକ କାର୍ତ୍ତିକେୟ ସେଠୀ, ସନ୍ତୋଷ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ I ଶିକ୍ଷକ ସୁମନ୍ତ କୁମାର ସେଠୀ ଧନ୍ୟବାଦ ଜ୍ଞାପନ କରିଥିଲେ I ଶିକ୍ଷୟିତ୍ରୀ ଦିପା ସ୍ୱାଇଁ, ଦିପ୍ତିମୟୀ ସୁବୁଦ୍ଧି, ପ୍ରିୟଙ୍କା ବଳିଆରସିଂ,ସୋନାକ୍ଷୀ ଦିଗାଲ, ଅର୍ଚ୍ଚନା ନାୟକ, ସ୍ବର୍ଣ୍ଣଲତା ପାତ୍ର, ଲିଲି ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଉପସ୍ଥିତ ଅତିଥି ମାନେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିବା ବେଳେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post