( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ମୋବାଇଲ ଫୋନ ଚୋରି କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର ଥାନା ରେ ଅଭିଯୋଗ ଦାଖଲ ବୃଦ୍ଧି ପାଇଛି। ଏହି ଭଳି ପରିସ୍ଥିତିରେ ବେଳେ ବ୍ରହ୍ମପୁର ଏସପି ଙ୍କ ଦ୍ଵାରା ଏକ ଟିମ୍ ଗଠନ କରାଯାଇ ସୁଚିନ୍ତିତ ଅନୁସନ୍ଧାନ ଜରିଆରେ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ସଫଳତାର ସହ ମୋବାଇଲ୍ ଫୋନ୍ ଚୋରକୁ ଧରିବା ସହ ବିଭିନ୍ନ ଦାମି କମ୍ପାନୀ ର ମୋବାଇଲ୍ ଫୋନ୍ ଜବତ କରିଛନ୍ତି ଓ ଉଚିତ୍ ପ୍ରମାଣ ସହ ପ୍ରକୃତ ମାଲିକ ଙ୍କୁ ଫେରସ୍ତ କରିଛନ୍ତି। ପୁର୍ବରୁ ଏହି ଭଳି କେତେ ଥର ମୋବାଇଲ ଫୋନ ଫେରସ୍ତ କରିବାରେ ବ୍ରହ୍ମପୁର ଏସପି ଓ କର୍ମଚାରୀ ପ୍ରଶଂସା ର ପାତ୍ର ହୋଇଥିବା ବେଳେ ଆଜି ବ୍ରହ୍ମପୁର ଏସପି ଡଃ ଶ୍ରବଣ ବିବେକ ଏମ୍ ଙ୍କ କାର୍ଯ୍ୟ ବ୍ୟସ୍ତତା ହେତୁ ଅତିରିକ୍ତ ଏସପି ଆଲୋକ ଜେନା ଓ ଡିଏସପି ଏ କେ ପଣ୍ଡା ଙ୍କ ଜରିଆରେ ସଠିକ ହିତାଧିକାରୀ ମାନଙ୍କୁ ମୋବାଇଲ ଫୋନ ଫେରସ୍ତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.