ବଣିଆପାଟ ଶିଶୁ ବିଦ୍ୟାମନ୍ଦିରରେ ଗଣତନ୍ତ୍ର ଦିବସ ପାଳିତ।

2

 କେନ୍ଦୁଝର,ତା୨୭/୧- ଆନନ୍ଦ ଉତ୍ସାହ ମଧ୍ୟରେ ୭୭ତମ ଗଣତନ୍ତ୍ର ଦିବସ ସ୍କୁଲ୍‌ ପରିସରରେ ପାଳିତ ହୋଇଯାଇଛି। ସକାଳୁ ଛାତ୍ରଛାତ୍ରୀ ଘୋଷବାଦ୍ୟ ସହ ପ୍ରଭାତ ପରିକ୍ରମା କରିଥିଲେ। ଏହାପରେ ବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡାକ୍ତର ଅରୁଣ କୁମାର ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ଉପରେ କହି ଦେଶ ପ୍ରତି ନିଜ ଦାୟିତ୍ୱ ନିଭାଇବାକୁ ସୁପରାମର୍ଶ ଦେଇଥିଲେ। ପିଲାମାନେ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ରତା ସେନାନୀଙ୍କ ବେଶରେ ଆସି ସୁନ୍ଦର ଅଭିନୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ହୁଦାନନ୍ଦ ପ୍ରଧାନ, ସମ୍ପାଦକ ଭାଗିରଥି ଗିରି, ସଦସ୍ୟା ମନ୍ଦାକିନୀ ବେହେରା ଉପସ୍ଥିତ ଥିଲେ। ପ୍ରଧାନ ଗୁରୁଜୀ ଦୀନବନ୍ଧୁ ମହାକୁଡ଼ ସଭାରେ ଅତିଥି ପରିଚୟ କରାଇଥିଲେ। ଏହାପରେ ଅତିଥିମାନେ ସାଧାରଣତନ୍ତ୍ର ଦିବସ ଅବସରରେ ହୋଇଥିବା ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏଥର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦେଶାତ୍ମକବୋଧକ ସାଂସ୍କୃତିକ ପରିବେଷଣ ପ୍ରଥମ ସ୍ଥାନ ଅଧିକାର କରି ଅତିଥି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଠାରୁ ପୁରସ୍କୃତ ହୋଇଥିବାରୁ ଆନନ୍ଦ ପ୍ରକାଶ ପାଇଥିଲା। ବିଦ୍ୟାଳୟରେ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସେବାବ୍ରତୀ ଯୋଗ ଦେଇଥିଲେ।

Leave A Reply

Your email address will not be published.