ସହିଦ୍ ଭାରତୀୟ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

0

ଗୁଣପୁର ରୁ ସିଦ୍ଧାର୍ଥ ଦାଶ: ପୁଲୱାମା ଆତଙ୍କୀ ହମଲା ରେ ସହିଦ୍ ଭାରତୀୟ ଯବାନଙ୍କ ସ୍ମୃତି ସ୍ମୃତିରେ  ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ  ଗୁଣୁପୁର ଉପଖଣ୍ଡ କିନ୍ନର ସଂଘ ପକ୍ଷରୁ ଏକ୍ ଶାନ୍ତି ପୂର୍ଣ୍ଣ ନିରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣୁପୁର ଉପଖଣ୍ଡ ଅଞ୍ଚଳରେ ରହିଥିବା ସମସ୍ତ କିନ୍ନର ମାନେ ଯୋଗ ଦେଇଥିଲେ। ରାୟଗଡ଼ା ଜିଲ୍ଲା କିନ୍ନର ସଂଘର ସମ୍ପାଦିକା ପିଙ୍କି ମହାପାତ୍ରଙ୍କ ନେତୃତ୍ବରେ ବାହାରିଥିବା ଶୋଭାଯାତ୍ରା ସ୍ଥାନୀୟ କଲେଜ ନିକଟରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା।

ସନ୍ଧ୍ୟା ସମୟରେ କିନ୍ନର ଙ୍କ ଦ୍ଵାରା ସହିଦଙ୍କ ଉଦ୍ଦେଷ୍ୟରେ ନୂତନ ବସଷ୍ଟାଣ୍ଡ ଚଇତି ମଣ୍ଡପ ଠାରେ ଏକ୍ ସ୍ମୃତି ସଭାର ଆୟୋଜନ କରାଯାଇ ସହିଦଙ୍କ ଆତ୍ମାର ସଦ୍ଗତି  ନିମନ୍ତେ ଦୀପ ଓ  କ୍ୟାଣ୍ଡେଲ ପ୍ରଜ୍ଜଳନ କରାଯାଇଥିଲା। ଏଥିରେ ସ୍ଥାନୀୟ ପୁଲିସ କର୍ମକର୍ତ୍ତା, ବୁଦ୍ଧୀଜିବି  ଓ ଜନସାଧାରଣ ଉପସ୍ଥିତ ରହି ସହିଦ୍ ଜାବାନଙ୍କ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ସେହିପରି  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ସେବା ସମାଜ ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ସ୍ମୃତି ଟ୍ରଷ୍ଟ ପକ୍ଷରୁ ସହିଦ୍ ଯବାନ ଙ୍କ ଉଦ୍ଦେଶ୍ଯ ରେ ଏକ ସ୍ମୃତିସଭା ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଆୟୋଜନ କରାଯାଇଥିଲା। କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର୍ ପରିକ୍ରମା କରି ସଭା ସ୍ଥଳରେ ପହଁଞ୍ଚିବା ପରେ I ନିରବ ପ୍ରାର୍ଥନା ସମବେତ ଜନସାଧାରଣ  ଯବାନ ଙ୍କ ଉଦ୍ଦେଶ୍ୟରେ ଜୟ ଧ୍ୱନି ଦେବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ |

 

Leave A Reply

Your email address will not be published.