ସହିଦ ଯବାନମାନଙ୍କୁ ଓଡିଶା ବିପିୟୁଟି ଛାତ୍ରସଂଘ ଜଣାଇଲା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

0

ଭୁବନେଶ୍ୱର :  ଓଡିଶା ବିପିୟୁଟି ଛାତ୍ରସଂଘ ତରଫରୁ କାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ହମଲାରେ ଶହୀଦ ହୋଇଥିବା ଭାରତୀୟ ବୀର ଯବାନମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ  ହୋଇଯାଇଛି ।

ଏହି ଶୋଭାଯାତ୍ରାରେ ଓଡ଼ିଶା ବିପିୟୁଟି ଛାତ୍ରସଂଘର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଶହୀଦମାନଙ୍କ ପ୍ରତି ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଓଡ଼ିଶା ବିପିୟୁଟି ଛାତ୍ରସଂଘ ଆହ୍ୱାନ କରିଛି ରାଜନୀତିରୁ ଉର୍ଦ୍ଧ୍ବରେ ରହି ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକିତ୍ରିତ ହୋଇ ଆତଙ୍କବାଦକୁ ନିପାତ କରି ଏକ ଶାନ୍ତିର ଭାରତ ଗଠନ କରିିବା ।

ଏହି ମହମବତୀ ଶୋଭାଯାତ୍ରରେ ଓଡ଼ିଶା ବିପିୟୁଟି ଛାତ୍ରସଂଘ ପ୍ରତିଷ୍ଠାତା ଇଂ ପ୍ରୀତିରଞ୍ଜନ ଘଡ଼ାଇ, ଉପଦେଷ୍ଟା ପାର୍ଥସାରଥୀ ମୁଦୁଲି, ମୁଖ୍ୟ ସଂଗଠକ ଶକ୍ତିପ୍ରସାଦ ରଥ, ସାଇ ନାରାୟଣ ବେହେରା, ଲିଙ୍ଗରାଜ ମହାନ୍ତି, ଛାତ୍ରସଂଘର ଉପସଭାପତି  ଜ୍ୟୋତିରଞ୍ଜନ ଶତପଥୀ, ବିମଳ ସାହୁ, ମିଲନ ସାହାଣୀ, ସଂସଦ କୁମାର ନାୟକ, ସୌମ୍ୟଜିତ୍ ଦାସ, ଶିବପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.