ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସଫଳ ଦିବସ ପାଳିତ

0

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସଫଳ ଦିବସ ପାଳିତ ହୋଇଯାଇଛି । ଦୀର୍ଘ ଦିନ ଧରି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବହୁବାର ସରକାରଙ୍କ ଠାରେ ଦାବି ଉପସ୍ଥାପନ କରି ଆସିଛି ଏହି ମଞ୍ଚ। ତେବେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ପୈରପରିଷଦ ଅଧୀନରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଥିବାରୁ ଆଶ୍ୱାସନା  ପାଇଛନ୍ତି । ଶିକ୍ଷା ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ହୋଇଥିବାରୁ ଏମାନଙ୍କ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଆସିଛି। ତେବେ ବିଳମ୍ବରେ ହେଲେ ସୁଦ୍ଧା ବର୍ତ୍ତମାନ ଥଇଥାନ ହୋଇଥିବାରୁ ସରକାରଙ୍କୁ , ପ୍ରଶାସନ ଓ ସାମ୍ୱାଦିକ ମାନଙ୍କୁ ଧନ୍ୟବାଦ୍ ଜଣାଇ ଛନ୍ତି। ପଟ୍ଟା ମିଳିବା ପରେ ପିଲାଛୁଆଙ୍କ ପାଠ ପଢା, ଜାତି ଗତ ପ୍ରମାଣ ପତ୍ର ପାଇବା ଆଦି କ୍ଷେତ୍ରରେ ସହାୟକ ହୋଇ ପାରିବ। ତେବେ ସହରର ମୋଟ ୮ଟି ବସ୍ତିର ୮୮୩ ପରିବାର ମଧ୍ୟରୁ ୨୭୯ ଜଣ ଯୋଗ୍ୟ ଚିହ୍ନଟ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୨ ପରିବାରକୁ ପଟ୍ଟା ପ୍ରଦାନ କରାଯାଇଛି।

 ଉକ୍ତ କାର୍ଯ୍ୟକ୍ରମରେ ଆବାହକ ସୁଜିତ ପ୍ରଧାନ, ଜି ଦୁତିକା, ମୁଲିକି କ୍ରିଶ୍ନମା,ଡୋଳା ନନ୍ଦ ଗୟା, ମିଶାଲ୍ ଆପା ରାଓ ଓ ବହୁ ବସ୍ତି ବାସିନ୍ଦା ଉପସ୍ଥିତ ଥିଲେ

Leave A Reply

Your email address will not be published.