ତମାଖୁ କ୍ଷତି ସଚେତନl ଓ ସ୍ଵାସ୍ଥ୍ୟ ଶିବିର

2

ବ୍ରହ୍ମପୁର: ଆଜି ପବିତ୍ର ଗଣତନ୍ତ୍ର ଦିବସରେ ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ତମ୍ବାଖୁରେ ଥିବା ସାତ ହଜାର ରାସାୟନିକ ଦ୍ରବ୍ୟରୁ ଅନେକ ବିଷ ନିକୋଟିନ, ତାର, କାର୍ବନ୍, ବେଞ୍ଜଇନ୍, ଆର୍ସେନିକ ପରି ଅନେକ ବିଷ ରହିଛି। ସେବନ ଦ୍ଵାରା କ୍ୟାନସର୍, ଯକ୍ଷ୍ମା,ହୃଦ୍ରୋଗ, ବୃକକ୍ ରୋଗ, ଶ୍ୱାସ, କାଶ, ଆଦି ରୋଗ ହୁଏ ଓ ପରିବାର, ପରିବେଶ ବିପର୍ଯ୍ୟସ୍ତ ହୁଏ, ଏହାକୁ ଛାଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ଶିବିର ପରିଚାଳନାରେ
ସମାଜସେବି କେ. ବାଳକୃଷ୍ଣ ପାତ୍ର ସହଯୋଗ କରିଥିଲେ. ଏହି ଶିବିର ପ୍ରତି ସୋମବାର ଦିନ ଅନୁଷ୍ଠିତ ହୁଏ ଓ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡ଼l. ନକୁଳ ସାହୁ ଅନୁରୋଧ କରିଛନ୍ତି।ଫୋନ 9861450612.

Leave A Reply

Your email address will not be published.