ପଦ୍ମପୁର /ଶିବାଶିଷ ପଟ୍ଟନାୟକ(୨୬/୦୧):- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ପରିସରରେ ସମ୍ପାଦକ ଜନକଲାଲ ମେହେର ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ ରେ ଅଭିଭାଦନ ଗ୍ରହଣ କରି ମାର୍ଗ ଦର୍ଶନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ସଂଜୀବ ସାହୁ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟା ମନ୍ଦିର ପରିସରରେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ପତାକା ଉତ୍ତୋଳନ କରି ପ୍ୟାରେଡ୍ ରେ ଅଭିଭାଦନ ଗ୍ରହଣ କରିଥିଲେ। ନିମନ୍ତ୍ରିତ ଅତିଥି ଭାବରେ ଶ୍ରୀଯୁକ୍ତ ଭକ୍ତଚରଣ ସାହୁ ସ୍ଵାଧୀନ ଭାରତର ନାଗରିକର କର୍ତ୍ତବ୍ୟ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ । ବିଦ୍ୟାମନ୍ଦିର ପ୍ରମୁଖ ଦେବରାଜ ଡନସନା ଅତିଥି ପରିଚୟ କରିଥିଲେ ।ତରଣୀ ସେନ୍ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପଦ୍ମପୁର ଉପଖଣ୍ଡ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାରେ ଶିଶୁ ବିଦ୍ୟାମନ୍ଦିର ର ୩୩ ଜଣ ଓ ଦୁଇଜଣ ଚମ୍ପିୟାନ ପୁରସ୍କୃତ ହୋଇଥିଲେ ଓ ମିଳିତ ପ୍ୟାରେଡରେ ଜୁନିଅର ରେଡକ୍ରସ ଦଳ, ସିନିୟର୍ ଭାଇ ଦଳ , ଜୁନିଅର ଭଉଣୀ ଦଳ ଓ ସବ୍ ଜୁନିଅର ଭାଇ ଦଳ ବିଜୟୀ ହୋଇ ଟ୍ରଫି ଗ୍ରହଣ କରିଥିଲେ। ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.