ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ l

2

ଅସ୍ତରଙ୍ଗ:  ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର ର ୨୦୦୩ମସିହା ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ରବିବାର ଦିନ ପିର ଯାହାନିଆ ପୀଠ ବେଳାଭୂମିରେ ମହାସମାରୋହରେ ପାଳିତ ହୋଇ ଯାଇ ଅଛି l ସଂଗଠନ ର ମୁଖ୍ୟ ତାପସ କୁମାର ବେହେରା ଓ ରାକେଶ ଦାସ ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ଛାତ୍ରୀ ମାନେ ଏକତ୍ରିତ ହୋଇ ସଂଗଠନ ର ଆଗାମୀ ଦିନର କାର୍ଯ୍ୟକ୍ରମ, ବିଭିର୍ଣ୍ଣ ସମାଜସେବା ଆଦି ଉପରେ ଆଲୋଚନା କରାଯାଇ କିପରି ଏହି ପୁରାତନ ଛାତ୍ର ଛାତ୍ରୀ ସଂଗଠନ ଆଗକୁ ବଢ଼ି ପାରିବ ସେ ବିଷୟ ରେ ଆଲୋଚନା କରା ଯାଇଥିଲା l ପୁରାତନ ଛାତ୍ର ଛାତ୍ରୀ ଙ୍କ ତରଫରୁ କେକ କଟାଯାଇ ନାଚ ଗୀତରେ ସମୟ ବିତା ଯାଇଥିଲା l ପ୍ରାରମ୍ଭ ରେ ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦାନ କାରି ଆଗାମୀ ଦିନରେ ସଂଗଠନ ଦ୍ଵାରା ହେବାକୁ ଥିବା ବିଭିର୍ଣ୍ଣ କାର୍ଯ୍ୟକ୍ରମ ର ଭୂୟସି ପ୍ରଂଶଷା କରିଥିଲେ l ପୁରାତନ ଛାତ୍ର ଛାତ୍ରୀ ସମ୍ବିତ ସାହୁ, କ୍ଷୀରୋଦ ବିଶ୍ୱାଳ, ସୁଧୀର ରାଉତ, ରଶ୍ମିରେଖା ନାୟକ, ରଞ୍ଜନ ପରିଡା, ପ୍ରଶାନ୍ତ ବିଶ୍ୱାଳ, ମଧୁସ୍ମିତା ପରିଡା ରୁବିନା ନାୟକ ସରୋଜ ସେଠି,ଅର୍ଣ୍ଣପୂର୍ଣ୍ଣା ଜେନା, ସୁଜାତା ମଳିକ କ୍ଷୀରୋଦ ବିଶ୍ୱାଳ,ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଙ୍କ ପାଇଁ ସୁ ସ୍ବାଦୁ ଭୋଜନ ରେ ଆପୟିତ କରା ଯାଇଥିଲା l

Leave A Reply

Your email address will not be published.