କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶୀତ କାଳୀନ ଶିବିର ରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା,

2

 

ବେଲଲଗୁଣ୍ଠା –(ଶିବରାମ ଚୌଧୁରୀ )-, କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସାପ୍ତାହିକ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଅଛି. ଆୟୋଜିତ ଶିବିର ଆଜି ଷଷ୍ଠ ଦିବସର କାର୍ଯ୍ୟ ସ୍ୱାସ୍ଥ୍ୟ ପରୀକ୍ଷଣ ବ୍ୟବସ୍ଥା.ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରର ଏକ 10 ଜଣିଆ ମାଡିକାଲ ଷ୍ଟାପ ପର୍ଶୁଲୁଣ୍ଡା ଗ୍ରାମରେ ଉପସ୍ଥିତ ହୋଇ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର କାଯ୍ୟ ଆରମ୍ଭ କରିଥିଲେ. ଏହି ଶିବିରରେ ବ୍ଲଡ଼ପେସର ଚେକ, ଡାଇବିଟିସ ଟେଷ୍ଟ,ହୋମଗ୍ଲୋବିନ ଟେଷ୍ଟ ଜ୍ୱର, କାଶ, ଏବଂ ବିଭିନ୍ନ ପ୍ରକାର ରୋଗର ପରୀକ୍ଷା କରି ଔଷଧ ମଧ୍ୟ ପ୍ରଦାନ କରାଯାଇଛି. ଏହି ସ୍ୱାସ୍ଥ୍ୟ ଶିବିରରେ ଗ୍ରାମର ଦୁଇ ଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ. ଏହି କାର୍ଯ୍ୟ କର୍ମରେ 50 ଜଣ ସ୍ବେଛାସେବୀ ମେଡିକାଲ ଷ୍ଟାପ ଓ ଗ୍ରାମର ଲୋକ ମାନଙ୍କୁ ସାହାର୍ଯ୍ୟ ଓ ସହଯୋଗ କରିଥିଲେ. ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଗିରିଧର ନାୟକ ଏହି ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରକୁ ପରିଚାଳନା କରିଥିଲେ.ଅଧ୍ୟାପକ ଡ଼. ରବିନାରାୟଣ ପାତ୍ର ଓ ଜାତୀୟ ସେବା ଯୋଜନାର ଅଧିକାରୀ ସିମାଞ୍ଚଳ ମହାନ୍ତି ସ୍ୱାସ୍ଥ୍ୟ ଶିବିରରେ ଉପସ୍ଥିତ ହୋଇ ସାହାର୍ଯ୍ୟ ଓ ସହଯୋଗ କରିଥିଲେ.

Leave A Reply

Your email address will not be published.