କଟକଣା ପରେ ଚଢ଼ା ଦରରେ ଗୁଟକା ବିକ୍ରି

2

 

ରାଜଗାଙ୍ଗପୁର,୨୪-୦୧-୨୬.(ବିଷ୍ଣୁ ଭୋମିକ ) ପାନ ମସଲା, ଗୁଟକା, ଖଇନି ବିକ୍ରିରେ ପ୍ରତିବନ୍ଧକ ଲଗାଇଲେ ସରକାର। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯାଇ ଏଭଳି ମାଦଳ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂକୁ ବ୍ୟାନ୍ ଲଗଯିବା ସହ ଏହାର ବ୍ୟବସାୟ, ବିକ୍ରି, ପରିବହନରେ ଲଗାଯାଇଛି ପ୍ରତିବନ୍ଧକ। ଏହାର ସୁଯୋଗ ନେଇ ରାଜଗାଙ୍ଗପୁର ସହରରେ ଗୁଟକା ପ୍ୟାକେଟ୍‌ରେ ୧୦ ରୁ ୧୫ ଟଙ୍କା ବୃଦ୍ଧି ଘଟିଛି। ପୂର୍ବରୁ ବିଭିନ୍ନ ବ୍ରାଣ୍ଡର ଗୁଟକା ପ୍ୟାକେଟ୍ ପ୍ରତି ୧୩୦ରୁ ୧୩୫ ଟଙ୍କା ରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଏହା ୧୪୦ରୁ ୧୪୫ ଟଙ୍କାରେ ବିକ୍ରି ହେଉଛି। ସହରର ହୋଲସେଲ ବେପାରୀ ସରକାରୀ ନିର୍ଦ୍ଦେଶକୁ ବାହାନା କରି ମାଲ ମିଳୁ ନଥିବା କହି ଛୋଟ ଛୋଟ ବ୍ୟବସାୟୀଙ୍କ ଠାରୁ ମୁନାଫା ଅସୁଲିରେ ଲାଗିପଡ଼ିଛନ୍ତି। ହୋଲସେଲ ବ୍ୟବସାୟୀ ବେଶ ଦୁଇ ପଇସା ମୁନାଫା କମାରିଥିବା ବେଳେ ଅନ୍ୟପକ୍ଷରେ ଛୋଟ ବ୍ୟବସାୟୀ ଅଧ‌ିକ ଦାମ୍‌ରେ ଗୁଟକା ପ୍ୟାକେଟ କିଣି ଗ୍ରାହକଙ୍କୁ ଗୋଗକୁ ୫ଟଙ୍କାରେ ବିକ୍ରି କରୁଛନ୍ତି ।

Leave A Reply

Your email address will not be published.