ବିବେକନନ୍ଦ ଶିକ୍ଷା କେନ୍ଦ୍ର,ନରଣପୁରରେ ମାତୃ ସମ୍ମିଳନୀ ଓ ସରସ୍ବତୀ ପୂଜା।

2

କେନ୍ଦୁଝର,ତା୨୪/୧-ନରଣପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅନୁଷ୍ଠାନରେ ବହୁ ଆଡ଼ମ୍ବର ଓ ଉତ୍ସାହର ସହିତ ସରସ୍ଵତୀ ପୂଜା ଓ ମାତୃ ସମ୍ମିଳନୀ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗୀୟ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ଜେନା, ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ବାରିକ,ବରିଷ୍ଠ ଉପଦେଷ୍ଟା ତଥା ସଭାପତି ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର କବି,ବିଦ୍ୟାଳୟର ନିର୍ଦ୍ଦେଶିକା ରାଜଶ୍ରୀ ଖାଟୋଇ ଯୋଗ ଦେଇ ଶିଶୁ ତଥା ଦେଶ ଗଠନରେ ‘ମା’ ମାନଙ୍କର ଭୂମିକା ଓ ତାଙ୍କର କର୍ତ୍ତବ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଜେନା ତାଙ୍କ ଅଭିଭାଷଣରେ ପିଲାଙ୍କ ଶାରୀରିକ ବିକାଶ, ମାନସିକ ବିକାଶ , ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ବିକାଶ କ୍ଷେତ୍ରରେ ‘ମା’ ହିଁ ଗୁରୁ ଏବଂ ଶିଶୁର ମାର୍ଗଦର୍ଶନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତ ପ୍ରକାଶ କରିଥିଲେ। ଏଣୁ ‘ମା’ ହିଁ ତା ହାତ ପାପୁଲିରେ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଢ଼ିପାରେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶମ୍ଭୁନାଥ ମହାନ୍ତ ବିଦ୍ୟାଳୟର ସଫଳତା ତଥା ଗୌରବ ବିଷୟରେ ଆଲୋକପାତ କରିଥିଲେ। ମାତୃ ସମ୍ମିଳନୀରେ ପ୍ରାୟତଃ ଶତାଧିକ ଅବିଭାବକ,ଅଭିଭାବିକା ଯୋଗ ଦେଇଥିଲେ। ବିଦ୍ୟାଳୟରେ ମାତୃ ସମ୍ମିଳନୀ ଉତ୍ସବ ପୂର୍ବରୁ ବାଗଦେବୀ ସରସ୍ୱତୀଙ୍କ ପୂଜନ ଉତ୍ସବ ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା। ସମସ୍ତ ଗୁରୁଜୀ ଗୁରୁମାଙ୍କ ସୁପରିଚାଳନାରେ ଉତ୍ସବଟି ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.