କେନ୍ଦୁଝର, ତା୨୪/୧- ବୋଦାପଳସା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଵିତ୍ରାର ୨୦୨୫-୨୬ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି।ଏହି ଅବସରରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଆରସିସି ମାନସ ରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା। ମୁଖ୍ୟଅତିଥି ଭାବେ ସାମାଜିକ କର୍ମୀ ତଥା ଷ୍ଟାଣ୍ଡିଂ କାଉନସିଲ ଭାରତ ସରକାର ବିରଜା ଶଙ୍କର ମିଶ୍ର ଯୋଗଦାନ କରିବା ସହ ନିଜର ବକ୍ତବ୍ୟ ଆଳରେ ନିଜର ଶିଶୁ ମାନଙ୍କୁ ବେସରକାରୀ ବିଦ୍ୟାଳୟ ବଦଳରେ ସରକାରୀ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ପଠାଇବା ପାଇଁ ଆହ୍ବାନ ଦେବା ସହ ଶିଶୁର ଚରିତ୍ର ଗଠନରେ ପିତା ମାତା ତଥା ଜେଜେବାପାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜଣାଇଥିଲେ। ଅନ୍ୟତମ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାଶ,ତରଣୀସେନ ମୁଣ୍ଡା,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୌଭାଗ୍ୟ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦାନ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ପ୍ରାଣ ବଲ୍ଲଭ ଯଦୁମଣି ଦାଶଙ୍କ ସହଯୋଗରେ ଆଜିର ବାର୍ଷିକ ଉତ୍ସବଟି ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମିଶ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଲୋଚନା ପଣ୍ଡା,ଇନ୍ଦିରା ପ୍ରିୟଦର୍ଶିନୀ ନାଏକ,ପ୍ରିୟମ୍ବଦା ମହାକୁଡ,ଭାନୁପ୍ରିୟା ମହାନ୍ତ ମଞ୍ଚ ପରିଚାଳନା କରିଥିଲେ।ସଭା ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ମେଡାଲ ବିତରଣ କରାଯାଇଥିଲା। ସର୍ବଶେଷରେ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ।ସର୍ବଶେଷରେ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.