ଜାତୀୟ ସଡ଼କ ସୁରକ୍ଷା ମାସ–୨୦୨୬ ପାଳନ,

2
  • ବାଇକ୍ ଚାଳକଙ୍କୁ ହେଲମେଟ, କାର୍ ଚାଳକଙ୍କୁ ସିଟ୍‌ବେଲ୍ଟ ବ୍ୟବହାର ପାଇଁ ସଚେତନ,
  • ଓଡ଼ଗାଁ ପୋଲିସ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ମିଳିତ ପ୍ରଚେଷ୍ଟା

ଓଡ଼ଗାଁ, ୨୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧ ଜାନୁଆରୀରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ–୨୦୨୬ ସଫଳତାର ସହ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ସଭା ଆୟୋଜିତ ହୋଇଥିଲା । ସଭାରେ ଦ୍ରୁତ ଗତିରେ ଗାଡ଼ି ଚଳାନା ନକରିବା, ବାଇକ୍ ଚାଳନା ସମୟରେ ହେଲମେଟ ବ୍ୟବହାର, କାର୍ ଚାଳନାବେଳେ ସିଟ୍‌ବେଲ୍ଟ ବାନ୍ଧିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନକରିବା, ବାଇକରେ ତିନିଜଣ ବସି ଯାତ୍ରା ନକରିବା ଭଳି ନିୟମ ସମ୍ବନ୍ଧରେ ସଚେତନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଆଇଆଇସି, ଏଏସଆଇ, ରଘୁନାଥ ବିଦ୍ୟାପୀଠ ଓଡ଼ଗାଁର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ନାୟକଙ୍କ ସହିତ ଅନ୍ୟାନ୍ୟ ଶିକ୍ଷକମାନେ ଛାତ୍ରଙ୍କୁ ସଡ଼କ ସୁରକ୍ଷାର ଗୁରୁତ୍ୱ ବୁଝାଇଥିଲେ। ଓଡ଼ଗାଁ ଥାନା ସାମ୍ନା ଅଞ୍ଚଳ ୨୧ ନମ୍ବର ରାଜ୍ୟ ସଡ଼କ ପଥରେ ରଘୁନାଥ ବିଦ୍ୟାପୀଠର ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ (ଏସପିସି) ୨୮ ଜଣ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ୩୨ ଜଣ ଛାତ୍ର, ପୋଲିସ୍ ଏସଆଇ ଚକ୍ରଧର ସିଂଙ୍କ ନେତୃତ୍ୱରେ ଅନ୍ୟ ପୋଲିସ୍ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ମିଳିତ ଭାବେ ସାଧାରଣ ଜନତାଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ପରାମର୍ଶ ଦେଇଥିଲେ। ଛାତ୍ରମାନେ ବରିଷ୍ଠ ନାଗରିକମାନଙ୍କୁ ଅଳି-ଅର୍ଦ୍ଦଳି କରି ସୁରକ୍ଷିତ ଯାତ୍ରା ଓ ସୁସ୍ଥ, ନିରୋଗ, ନିରାମୟ ଜୀବନର କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୋଟ ୯୮ ଜଣ ଛାତ୍ର ୧୮ ଜଣ ଶିକ୍ଷକ ଓ ସ୍କୁଲ କର୍ମଚାରୀ, ଏବଂ ୧୩ ଜଣ ପୋଲିସ୍ ଅଧିକାରୀ ଓ କର୍ମଚାରୀ ସକ୍ରିୟ ଭାବେ ସାମିଲ ହୋଇଥିଲେ।

Leave A Reply

Your email address will not be published.